ବଡ଼ବିଲ(ଚିତ୍ତ ରଞ୍ଜନ କର): ଆଜି ବଲାଣି ପୋଲିସ ୪ଟି ସ୍ଥାନରେ ଅତର୍କିତ ଚଢ଼ାଉ କରି ୧୬୨ ବୋତଲ ବିଦେଶୀ ମଦ ଜବତ କରିବା ସହ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହ ଏକ ଆକ୍ଟିଭାକୁ ମଧ୍ୟ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଣି ଶାନ୍ତି ନଗର ଅଞ୍ଚଳର ରାଜେଶ ସତନାମୀ ଓ ଚୈତନ୍ୟ ସାହୁ, ଗୁରୁଦ୍ୱାରା ହଟିଂର ଉପେନ୍ଦ୍ର ସିଂ ଓ ଦୀପକ ପ୍ରସାଦ। ବଲାଣି ଥାନାଧିକାରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି।
ଅଘଟଣ
ବଲାଣିରେ ଚୋରା ମଦ କାରବାର : ୧୬୨ ବୋତଲ ବିଦେଶୀ ମଦ ଜବତ, ୪ ଗିରଫ
- Hits: 2320
