ବାରିପଦା(ଦିଲ୍ଲୀପ ମହାନ୍ତି )- ପୋଲିଓ ବୁନ୍ଦା ଖାଇବାକୁ ଯିବା କାଳ ହେଲା । କୁଳିଅଣା ଥାନା ଅନ୍ତର୍ଗତ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର ବାଇଗଣବାଡ଼ିଆ ଛକ ନିକଟରେ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ସଡ଼କ ଦୁର୍ଘଟଣାରେ ଜୀବନ ହରାଇଛି ମଦନ ସୋରେନଙ୍କ ୫ ବର୍ଷର ଝିଅ ମୋନା ସୋରେନ । ସ୍ଥାନୀୟ ବାଇଗଣବାଡ଼ିଆ ଜଗନ୍ନାଥପୁର ଅଞ୍ଚଳରେ ବସବାସ କରୁଥିବା ମୋନାର ମା’ କୋଳରେ ତାର ଏକ ଛୋଟ ପିଲାକୁ ଧରି ମୋନାକୁ ଚଲାଇ ଚଲାଇ ରାଜପଥ ପାରି ହେଉଥିବା ବେଳେ ଏକ ପିକଅପ୍ ଭ୍ୟାନ ଦୃତ ଗତିରେ ଆସି ଆଘାତ ଦେଇ ଫେରାର ହୋଇଯାଇଥିଲା । ଏଥିରେ ମୋନା ଗୁରୁତ୍ତର ଭାବେ ଆହତ ହୋଇଥିଲା । ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ କିଛି ସମୟ ମଧ୍ୟରେ ମୋନାର ମୃତ୍ୟୁ ହୋଇଯାଇଥିଲା । ଖବରପାଇ କୁଳିଅଣା ଥାନା ପୁଲିସ ପହଁଞ୍ଚି ଶବକୁ ଜବତ ପଞ୍ଚନାମା କରାଇବା ପରେ ପରିବାରର ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲା । ଏହାକୁ ନେଇ ଥାନାରେ ଏକ ମାମଲା ରଜୁ କରାଯାଇଛି ଏବଂ ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନର ସନ୍ଧାନ ପାଇବା ନିମନ୍ତେ ତଦନ୍ତ ଚଳାଇଥିବାର ଜଣାପଡ଼ିଛି ।
ଅଘଟଣ
ଜୀବନର ଦୁଇବୁନ୍ଦା ପାଇଁ ଯାଉଥିଲା କୁନି ଝିଅ, ହେଲେ ହାତ ଧରି କୋଳାଇ ନେଲା ମୃତ୍ୟୁ
- Hits: 602
