ହେଡଲାଇନସ୍:

ପାଣି କାଢୁଥିଲେ, ଗୋଡ ଖସିଗଲା : କୂଅରେ ବୁଡି ଯୁବକ ମୃତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :- ଆଜି ପାଇକମାଲ ଥାନା ଅନ୍ତର୍ଗତ ବିଜାଡ଼ିହି ଗ୍ରାମରେ ଏକ ଭାବନିୟ ଘଟଣା ଘଟି ଯାଇଛି । ସେହି ଗ୍ରାମର ଲୋକେଶ ସାହୁ(23) ପିତା ସ୍ବର୍ଗତ କେଶବ ସାହୁ ନାମକ ଜଣେ ଯୁବକ ନିଜ କୂଅ ରୁ ପାଣି କାଢୁଥିବା ସମୟରେ କୂଅ ଭିତରକୁ ଖସି ପଡ଼ିଥିଲେ । ଘରଲୋକେ ଲୋକେଶକୁ କୂଅରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ପଦ୍ମପୁର ଡାକ୍ତର ଖାନାକୁ ନେଇ ଯାଇଥିଲେ । ଲୋକେଶ କୁ ଡାକ୍ତର ପରୀକ୍ଷା କଲାପରେ ମୃତ ଘୋଷଣା କରିଥିଲେ । ଘଟଣା ର ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନିର୍ଦେଶ କ୍ରମେ ASI ଶ୍ରୀ ପି ଭୋଇ ପାଇକମାଲ ଥାନାରେ ଅପମୃତ୍ୟ ମାମଲା 3/2019 ରୁଜୁ କରି ଶବ ବ୍ୟବଛେଦ କରାଇ ଶବ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଘଟଣା ର ତଦନ୍ତ ଜାରି ରହିଥିବା ଶ୍ରୀ ଭୋଇ କହିଛନ୍ତି ।

0
0
0
s2sdefault