ହେଡଲାଇନସ୍:

ମା ଦ୍ବାରଶୁଣୀ ବଂଚେଇ ଦେଲେ.....!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାଙ୍କ ଦର୍ଶନ ପାଇଁ ଓହ୍ଲାଉ ଓହ୍ଲାଉ ଜଳିଗଲା ବସ, ସୂତା ସୂତା କେ ବଂଚିଗଲା ଅନେକ ଜୀବନ 

ବାରିପଦା/ ଦିଲ୍ଲୀପ ମହାନ୍ତି :ଘାଟି ପଡ଼ିନଥାନ୍ତା, ମାଙ୍କ ମନ୍ଦିର ନଥାନ୍ତା...ଆଉ ମାଙ୍କ ଦର୍ଶନ ପାଇଁ ଯାତ୍ରୀମାନେ ଓହ୍ଲାଇ ନଥାନ୍ତେ, କଣ ଯେ ହୋଇ ଥାନ୍ତା ତାହା କହିବା ମୁସ୍କିଲ ଥିଲା | କିଏ ମାନନ୍ତୁ ନମାନନ୍ତୁ, ମାଙ୍କ ଦର୍ଶନ ପାଇଁ ଓହ୍ଲାଇବା କାକତାଳୀୟ ବୋଲି କେହି ବି କହି ପାରନ୍ତି | ହେଲେ ମାଙ୍କ ଦର୍ଶନ ପାଇଁ ଓହ୍ଲାଇବା ନିଶ୍ଚିତ ଭାବେ ସେମାନଙ୍କ ପାଇଁ ବରଦାନ ସଦୃଶ ଥିଲା |

 ଏଭଳି ଏକ ଘଟଣା ଘଟିଛି  ମୟୂରଭଞ୍ଜ ଜିଲ୍ଲା ମଧ୍ୟଦେଇ ଯାଇଥିବା ୪୯ ଜାତୀୟ ରାଜପଥର ବାଙ୍ଗିରିପୋଷି ନିକଟ ଦ୍ୱାରଶୁଣି ଘାଟି ଉପରେ ମାର୍ଚ୍ଚ ୮ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧.୪୫ରେ | ଏକ ବସ ସର୍ଟ ସାର୍କିଟ କାରଣରୁ ସମ୍ପୂର୍ଣ ଭାବେ ନିଆଁ ଲାଗି ଜଳିଯାଇଛି । ହେଲେ ସଂଯୋଗ ବଶତଃ  ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବାର ଜଣାପଡିଛି ।ଦମକଳ ଖବର ପାଇ ଆସି ନିଆଁ ଲିଭାଇବା ବେଳକୁ ବସଟା ଜଳି ଯାଇଥିଲା  ପ୍ରାପ୍ତ ସୂଚନାରୁ ଜଣାପଡିଛି, ଚମ୍ପୁଆ ଅଂଚଳରୁ ପ୍ରାୟ ୩୫ରୁ ଅଧିକ ଲୋକ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧିନସ୍ଥ ଆମ୍ବଯୋଡ଼ି ଗ୍ରାମରେ ଥିବା ବନ୍ଧୁ ଘରକୁ ଝିଅର ସ୍ବାଦ ଭକ୍ଷଣରେ କାର୍ଯ୍ୟରେ ଯୋଗ ଦେବାକୁ କଲ୍ୟାଣୀ ଯାତ୍ରୀବାହୀ ବସକୁ ରିଜର୍ଭ କରି ଆସୁଥିଲେ । ଏହିସମୟରେ ୪୯ନଂ ଜାତୀୟ ରାଜପଥର ବାବନଘାଟି ଉପରେ ଥିବା ମା ଦ୍ୱାରଶୁଣି ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପାଇଁ ସମସ୍ତେ ବସରୁ ଉହ୍ଲାଇ ଆସିଥିଲେ । ଏହାପରେ ହଠାତ ବସର ସମ୍ମୁଖରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା । ଚାହୁଁ ଚାହୁଁ ବସଟି ନିଆଁ ଲାଗି  ସମ୍ପୂର୍ଣ ଭାବେ ଜଳି ଗଲା ।

0
0
0
s2sdefault