ହେଡଲାଇନସ୍:

ପିଟିଦେଲା ଟ୍ରକ, ଚାଲିଗଲା ପ୍ରାଣ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମେଲାଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସସ୍ଥିତ ବଡ ଯୋର ବ୍ରିଜ ପାଖରେ ଗୁରୁବାର ସଂଧ୍ୟାରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ସଡକ ଦୁର୍ଘଟଣାରେ ସାଇକଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମେଲଛାମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଂଚି ଶବଟିକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଦୁର୍ଘଟଣାରେ ସଂପୃକ୍ତିଥିବା ଟ୍ରକଟିକୁ ଜବତ କରିବା ସହ ଟ୍ରକ ଚାଲକକୁ ଥାନା ରେ ଅଟକ ରଖି ତଦନ୍ତ କରୁଛି । ଏ ନେଇ ମେଲଛାମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି । ପ୍ରାପ୍ତସୂଚନାନୂସାରେ ଘେଁସ ପଂଚାୟତ ଅର୍ନ୍ତଗତ ଝାଙ୍କରପାଲି ଗ୍ରାମର କ୍ଷମାନିଧି ପଟେଲ(୪୫) ସାଇକଲ ଯୋଗେ କୌଣସି କାମ ପାଇଁ ଘେଁସ ବସଷ୍ଟାଣ୍ଡକୁ ଆସୁଥିଲେ । ସେହି ସମୟରେ ବରଗଡ ପଟରୁ ପଦ୍ମପୁର ପଟକୁ ପିବି ୧୩ କ୍ୟୁ ୪୧୨୭ ନମ୍ବର ବିଶିଷ୍ଟ ଏକ ଟ୍ରକ ଆସୁଥିଲା । କୌଣସି କାରଣ ବସତଃ ଟ୍ରକଟି କ୍ଷମାନିଧିଙ୍କ ସାଇକଲକୁ ଧକ୍କା ଦେବାରୁ କ୍ଷମାନିଧି ତଳେ କଚାଡି ହୋଇ ପଡିବା ସହ ଘଟଣା ସ୍ଥଳରେ ପ୍ରାଣ ବାୟୁ ଚାଲିଯାଇଥିଲା । 

0
0
0
s2sdefault