ହେଡଲାଇନସ୍:

ଅଭିଯୋଗ :  ଛୋଟ ଝିଅଟାକୁ ବିକିଦେଲେ ଏନଜିଓ ଵାଲା !!!!!!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କେଳେଙ୍କାରୀ ଧରାପଡ଼ିବା ପରେ ଏବେ ପରିଚୟ ପ୍ରମାଣ ମାଗୁଛି ପୋଲିସ 

ସନ୍ଦେହରେ ଏନଜିଓ-ଡ଼ିସିପିଓ-ଏସ୍ଡିପିଓଙ୍କ ଭୂମିକା 

ଘୁ ଉଦୟଗିରି/ଗଗନ କୁମାର ପ୍ରଧାନ

ମହିଳା ଶିଶୁ ପ୍ରତି ସମ୍ବେଦନଶୀଲ ହେବା ପାଇଁ ସରକାର କହି ବୁଲୁଥିବା ବେଳେ ଜଣେ ନାବାଳିକାକୁ ଜଣେ ପିତୃମାତୃହୀନ ନାବାଳିକାକୁ ଏକ ଏନଜିଓ ବିନା ଆତ୍ମୀୟଙ୍କ ଗୋଚରରେ ସନ୍ଦେହଜନକ ଭାବେ ଆଡ଼ପସନରେ ଦେଇଦେବା ଘଟଣାକୁ ନେଇ କନ୍ଧମାଳ ଜିଲାର ଜି ଉଦୟଗିରିରେ ଚର୍ଚ୍ଚା | ଅନ୍ୟପକ୍ଷରେ  ଝିଅ ଟିକୁ କୌଣସି ବଡବଡିଆକୁ ବିକି ଦିଆଯାଇଛି ବୋଲି ପିଉସା ପିଉସୀ ଅଭିଯୋଗ କରଛନ୍ତି | ଏ ସମ୍ପର୍କରେ ନାବାଳିକାର ଆତ୍ମୀୟ ଜି ଉଦୟଗିରି ଥାନାରେ ଅଭିଯୋଗ କରିବାକୁ ଗଲାବେଳେ ସେଠାରେ ଜୂରିସଡିକ୍ସନ ବିବାଦ ଆଳରେ ମାମଲା ରୁଜୁ ହୋଇପାରିଲାନାହିଁ | ଏ ସମ୍ପର୍କରେ କନ୍ଧମାଳ ଏସପିଙ୍କ ନିକଟରେ ନାବାଳିକାର ଆତ୍ମୀୟମାନେ ଅଭିଯୋଗ କରିବା ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସପି ବିଷ୍ଣୁପଦ ମହାନ୍ତ ଘଟଣାରେ ହସ୍ତକ୍ଷେପ କରିଥିଲେ |  ଘଟଣା ବିଷୟରେ ଅବଗତ ହେବା ପରେ ଘଟଣାର ଗୁରୁତ୍ୱ ଉପଲବ୍ଧି କରି ଶ୍ରୀ ମହାନ୍ତ ଗି ଉଦୟଗିରି ଏସ୍ଡ଼ିପିଓଙ୍କୁ ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ହେଲେ ନାବାଳିକାଂକ ଆତ୍ମୀୟ ଯେତେବେଳେ କି ଉଦୟଗିରି ଥାନାରେ ପହଁଚିଲେ, ସେତେବେଳେ ଏସ୍ଡିପିଓ ସେମାନଙ୍କୁ ନାବାଳିକାଙ୍କୁ ସମ୍ପର୍କୀୟ ହେବା ପ୍ରମାଣ ମାଗିଥିଲେ | ଯେତେ ବୁଝାଇଲେ ବି ପୋଲିସ ପ୍ରମାଣ ଦେବା ପାଇଁ ଜିଦ କରିବାରୁ ସେମାନେ ନିରାଶ ହୋଇ ଗାଁକୁ  ଫେରିଯାଇଥିବା ଜଣାପଡିଛି | ସଳିତାଙ୍କ ଜଣେ ଦାଦା ଦାଦନ ଖଟିବାକୁ ବାହାରକୁ ଯାଇଥିବା ବେଳେ ସେ ବି ଏ ଖବର ପାଇଁ ଫେରୁଛନ୍ତି ଘରରକୁ | ଆଇନର ଚକ୍ରବ୍ୟୁହ ଭିତରେ ଏ ଯାଏ ମାମଲା ରୁଜୁ ହୋଇ ପାରିଲା ନାହିଁ |  ହେଲେ ଏଭଳି ସମ୍ବେଦନଶିଳ ମାମଲାରେ ସେମାନଙ୍କ ଆତ୍ମୀୟ ହେବାର ପ୍ରମାଣ ଚାହିଁଥିଲେ ଜିଲ୍ଲା ସିଡବ୍ଲ୍ୟୁସିରୁ ପାଇଁ ପାରିଥାନ୍ତେ, ସମ୍ପୃକ୍ତ ଅନୁଷ୍ଠାନର ପହଂଚିବା ଦିନର ପ୍ରମାଣରୁ ଜାଣି ପାରିଥାନ୍ତେ | ହେଲେ ଏବେ ସଳିତାଙ୍କ ପିଉସୀଙ୍କ ତାଙ୍କ ସମ୍ପର୍କୀୟ ହେବାର ପ୍ରମାଣ ଯୋଗାଡ କରିବା ପାଇଁ ପଠାଇ ଦେଇଛି ପୋଲିସ | ଆଉ ଏଭଳି ହେବା ଭିତରେ ପୋଲିସ-ଡ଼ିସିପିଓ-ଏନଜିଓର ଭୂମିକା ସନ୍ଦେହ ଘେରକୁ ଆସି ଯାଇଛି | 

 ଜ଼ିଲ୍ଲା ଅନ୍ତର୍ଗତ ଦାରିଙ୍ଗିବାଡ଼ି  ବ୍ଲକର ହାତୀମୁଣ୍ଡା ଗ୍ରାମ |  ଏହି ଗ୍ରାମରେ ଏକ ଆମାନବୀୟ ଘଟଣା ଘଟିଥିବା ଘୁ ଉଦୟଗିରି ଥାନାରେ ଅଭିଯୋଗ ହୋଇଛି | ଘୁ ଉଦୟଗିରି ଠାରେ ଥିବା ସୁଭଦ୍ରା ମହତାବ  ନାମକ ଏକ ଛାତ୍ରୀ ନିବାସରୁ ଜଣେ ଚତୁର୍ଥ କ୍ଲାସର  ଛାତ୍ରୀ ଗାଏବ ହୋଇଥିବା ତାଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି | ଘଟଣା ଅନୁସାରେ ଦାରିଙ୍ଗିବାଡ଼ି  ବ୍ଲକ ହାତୀମୁଣ୍ଡା ଗ୍ରାମ ସ୍ବର୍ଗତ ବନ ମଲିକଙ୍କ ୪ ବର୍ଷର ଝିଅ ସଳିତା ମଲିକ |ବାପ ଓ ମାଆ ଉଭୟ  ମୃତ୍ୟୁବାରଣ କରିଥିବାରୁ ପିଉସା ଶର୍ମା ପ୍ରଧାନ  ଏବଂ ପିଉସୀ ସସ୍ମିତା(ମଲିକ) ପ୍ରଧାନ ଯତ୍ନ ନେଉଥିଲେ | ସେମାନଙ୍କ ଆର୍ଥିକ ସ୍ଥିତି ଭଲ ନଥିବା ଯୋଗୁ ସଳିତାର ଭବିଷ୍ୟତ ତଥା ପାଠପଢ଼ା ପାଇଁ  ୨୦୧୫ -୨୦୧୬ରେ ଜିଲ୍ଲା ସିଡବ୍ଲୁସି କନ୍ଧମାଳ ଜରିଆରେ ସୁଭଦ୍ରା ମହାତଵ ଛାତ୍ରୀ ନିବାସରେ ଛାଡିଥିଲେ | ପିଉସା ଏବଂ ପିଇସୀ ସଳିତାଙ୍କ ଯତ୍ନ ନିଅନ୍ତି ଏବଂ ଦେଖା ଚାହା କରନ୍ତି | ପିଉସା ଶର୍ମା ଗତ ୧୪-୧୨-୨୦୧୮ ରେ ଶେଷ ଥର ଦେଖା କରିଥିଲେ | ତାପରେ ବଡ଼ଦିନ ପର୍ଵ ପାଇଁ ଛୁଟିରେ ସଳିତାକୁ ଶର୍ମା ଘରକୁ ଆଣିବାକୁ ଯାଇଥିଲେ  ୨୩ ୧୨-୨୦୧୮ରେ |   କିନ୍ତୁ ହଷ୍ଟେଲ କର୍ତ୍ତୃପକ୍ଷ ସଳିତା କୁ ଛଡ଼ାଯିବନାହିଁ ବୋଲି କହିଥିଲେ | ତାପରେ ପୁଣି ଶର୍ମା ୨୭- ୨ -୨୦୧8 ଦେଖା କରିବାକୁ ଯାଇଥିବା ସମୟରେ ସଳିତା ନଥିବା ଜାଣିବାକୁ ପାଇଥିଲେ  ଏବଂ ସଳିତାକୁ ଆଡ଼ପସନ(ପୋଷ୍ୟ ସନ୍ତାନ ଭାବେ)  ରେ କୋଲକାତା ପଠାଯାଇଥିବା ଶୁଣିବାକୁ ପାଇଥିଲେ | ସଳିତାର ପରିବାର ଲୋକ ହଷ୍ଟେଲ ଏବଂ ଡିସିପିଓଙ୍କ ପାଖକୁ ଦ୍ୱାରସ୍ଥ ହୋଇ ସଳିତାକୁ ଫେରାଇଦେବା ପାଇଁ କାକୁତି ମିନତି ହୋଇଥିଲେ | ହେଲେ ତାଙ୍କୁ ଓଲଟା କର୍ତ୍ତୃପକ୍ଷ  ଧମକ ଚମକ ଦେଇଥିବା ଘୁ ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି ସଳିତାଙ୍କ ସମ୍ପର୍କୀୟ | ଘଟଣା ସମ୍ପର୍କରେ ଡିସିପିଓଙ୍କ ମତାମତ ଆମ ପ୍ରତିନିଧି ଗ୍ରହଣ କରିଥିଲେ |  ଲିଗାଲ ଅନୁସାରେ ସଳିତାଙ୍କୁ  ଆଡ଼ପସନରେ  ପଠାଯାଇଛି ବୋଲି ପ୍ରତିକ୍ରିୟାରେ ସେ କହିଥିଲେ | ଅନ୍ୟପକ୍ଷରେ ଏହି ସଂକ୍ରାନ୍ତରେ ପରିବାର ଲୋକଙ୍କୁ ବା ଆତ୍ମୀୟଙ୍କୁ ସୂଚନା କାହିଁକି ଦିଆଗଲା ନାହିଁ ତାହାକୁ ନେଇ ଏବେ ସନ୍ଦେହ ଜୋର ଧରିଛି | ଏ ସମ୍ପର୍କରେ ସୁଭଦ୍ରା ମହତାବ କର୍ତ୍ତୃପକ୍ଷଙ୍କ ମତାମତ ଲୋଡିବାକୁ ଚେଷ୍ଟା କରାଯାଇଥିବା ବେଳେ ତାହା ସମ୍ଭବ ହୋଇନଥିଲା | 

0
0
0
s2sdefault