ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ
ବାଲେଶ୍ୱର,(ଉଜ୍ଜ୍ୱଳ କର) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ ବିଜୁ ଜନତା ଦଳ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ପାଳିତ ହୋଇ ଯାଇଛି । ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ପ୍ରତ୍ୟେକ ତତ୍ୱାବଧନରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନା ଯୋଗଦେଇଥିଲେ । ପ୍ରଥମେ ଫାଣ୍ଡିଛକରେ ଥବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସମୂହ ମାଲ୍ୟପର୍ଣ କରାଯିବା ପରେ ପୋଲିସ ଲାଇନ ସ୍ଥିତ ବିଜୁ ପଟ୍ଟନାୟକ ଉଦ୍ୟାନରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ସମସ୍ତେ ମାଲ୍ୟାପର୍ଣ କରିଥିଲେ । ଏହି ଅବସରରେ ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବିଧାୟକ ଶ୍ରୀଯୁକ୍ତ ଦାଶ ଆଜି ଭଳି ଦିନ ଆମ ସମସ୍ତଙ୍କ ପାଇଁ ଏକ ମହତ ଦିନ ଅଟେ ଏଣୁ ଆଜି ଭଳି ଦିନରେ ସେ ସମସ୍ତ ବିଜୁ ପ୍ରେମୀ ମାନଙ୍କୁ ଆହ୍ୱାନ ଦେଇଥିଲେ ବିଜୁ ବାବୁଙ୍କ ସପ୍ନକୁ ପୁରା କରିବାରେ ଆମେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସଂକଳ୍ପ ନେବା ବୋଲି ବିଧାୟକ କହିଥିଲେ । ସାଂସଦ ରବିନ୍ଦ୍ର ଜେନା ବିଜୁ ଜନତା ଦଳ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନକୁ କିପରି ସମସ୍ତ ବିଜୁ ପ୍ରେମୀ ପ୍ରତ୍ୟେକ ଘରେ ଘରେ ପହଁଚାଇ ପାରିବେ ଏବଂ ସମସ୍ତ ଯୋଜନା କିପରି ହିତାଧିକାରୀ ମାନେ ଲାଭ ଉଠାଇ ପାରିବେ ବୋଲି କହିଥିଲେ ଏବଂ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାପାଇଁ ଦାବୀକୁ ଦଳମତ ନିର୍ବଶେଷରେ ସମସ୍ତ ଓଡ଼ିଆ ଜାତିକୁ ଏକ ହେବାକୁ ପଡ଼ିବ ବୋଲି ଶ୍ରୀ ଜେନା କହିଥିଲେ । ଏହି କାର୍ଯ୍ୟକ୍ରମରେ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ପୂର୍ବତନ ନଗରପାଳ ଆଲୋକ ସାହୁ, ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ବରଦାପ୍ରଶନ୍ନ ପଟ୍ଟନାୟକ, ଗୌରି ରାଉତ, ଧିରେନ ନାୟକ, ଅନିରୁଦ୍ଧ ପ୍ରଧାନ, ଉମିଲତା ଦାସ, ଜୟପ୍ରକାଶ ଦାଶ, ସଲିମ ରାଜା, କୈଳାସ ଦାଶ, ରବି ସାହୁ, ସିମନ ଦାସମହାପାତ୍ର, ସତ୍ୟରଂଜନ ଦାସ, ସଂଜୀବ ଦାସ, ବ୍ରଜକିଶୋର ପ୍ରଧାନ, ଦୀପକ ମଲ୍ଲିକ, ଗୌରି ବାରିକ, ଅଜୟ ସାମଲ, ଜିତେନ୍ଦ୍ର ଉପାଧ୍ୟାୟ, ଶତୃଘ୍ନ ମଲ୍ଲିକ, ବଂଶୀଧର ଦଳେଇ, ମାୟାଧର ମହାଳିକ, ଗିରିଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ପରେ ବାଲେଶ୍ୱର ରାଣୀପାଟଣା ସ୍ଥିତ ଦରଜୀପୋଖରୀ ଛକରେ ସାଂସଦ ଓ ବିଧାୟକଙ୍କ ଦ୍ୱାରା ନୂତନ ରାସ୍ତାର ଶୁଭ ଉଦ୍ଘାଟନ ସହ “ଘରେ ଘରେ ଶଙ୍ଖ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବାଲେଶ୍ୱର ନଗର ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତା ମାନେ ପରିଚାଳନା କରିଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀର ମିଡ଼ିଆ ସଂଯୋଜକ ଧିରେନ ନାୟକ ପରିଚାଳନା କରିଥିଲେ ।