ସମ୍ପୃକ୍ତ ଅଧିକାରୀ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପରିବାରକୁ ସହାୟତା ପ୍ରଦାନର ଦାବି
୨.୫ଲକ୍ଷର ସହାୟତା ଘୋଷଣା ପରେ ଅବରୋଧ ହଟିଥିଲା
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଶ୍ରମ, ସେବାଶ୍ରମ ଓ କନ୍ୟାଶ୍ରମ ବିଦ୍ୟାଳୟ ଉପରେ ପଡ଼ିଛି ଛନି ମହାରାଜାଙ୍କ ପ୍ରକୋପ । ପ୍ରଥମେ ନାବାଳିକା ଛାତ୍ର ଗର୍ଭବତୀ ହେବା ଘଟଣା ପରେ ନିମ୍ନମାନର ଖାଦ୍ୟ ଏବଂ ବର୍ତ୍ତମାନ ସଠିକ୍ ସମୟରେ ଚିକିତ୍ସା ହୋଇପାରି ନଥିବା କାରଣରୁ ୮ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ଫଳରେ ଜିଲ୍ଲା ପ୍ରଶାସନକୁ ହଟହଟାର ସମ୍ମୁଖୀନ ହେବା ପରେ ଆନେ୍ଦାଳନକାରୀଙ୍କ ଦାବି ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ପଡ଼ିଛି । ଦାବି ଅନୁସାରେ ମୃତ ଛାତ୍ରୀଙ୍କ ପରିବାରକୁ ନଗଦ ୫୦ ହଜାର ଟଙ୍କା ଓ ପରବର୍ତ୍ତି ସମୟରେ ୨ଲକ୍ଷ ଟଙ୍କାର ଚେକ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନର ଘୋଷଣା ସହ ଘଟଣାର ଦନ୍ତ ପରେ ଦୋଷିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ବୁଡ଼ିଖମାରୀ ଗ୍ରାମପଞ୍ଚାୟତର ଜଳଡ଼ିହା ଗ୍ରାମର ମହେନ୍ଦ୍ର ପାତ୍ରଙ୍କ ଝୀଅ ବବିତା ପାତ୍ର ରାସଗୋବିନ୍ଦପୁର ବ୍ଲକ ମାଣିଦାସ୍ଥିତ ସରକାରୀ କନ୍ୟାଶ୍ରମର ଛାତ୍ରୀନିବାସରେ ରହି ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିଲା । ମାର୍ଚ୍ଚ ୩ ରବିବାର ପର୍ଯ୍ୟନ୍ତ ସୁସ୍ଥ ସବଳ ରହିଥିଲା । କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ନଥିଲା । ଫୋନରେ ପରିବାର ସହିତ ହସଖୁସିରେ କଥାବାର୍ତ୍ତା କରିଥିଲା । ଗତ ଫେବୃଆରୀ ୪ ସୋମବାର ରାତି ପ୍ରାୟ ୮.୪୫ରେ ହଠାତ୍ ବବିତା ଅସୁସ୍ଥ ହୋଇପଡ଼ି ରାସଗୋବିନ୍ଦପୁର ଡ଼ାକ୍ତରଖାନାରେ ଚିକିତ୍ସା ହେଉଥିବା ବିଷୟରେ ଛାତ୍ରୀନିବାସର ପାଚିକା ନିକଟରୁ ଫୋନରେ ଖବର ପାଇଥିଲେ ବବିତାର ବାପା ମହେନ୍ଦ୍ର । ତୁରନ୍ତ ବାରିପଦାସ୍ଥିତ ପିଆରଏମ ସରକାରୀ ମେଡ଼ିକାଲ କଲେଜକୁ ନେଇ ଆସିବାକୁ ପରାମର୍ଶ ଦେଇ ବାରିପଦାକୁ ଦୌଡ଼ି ଆସି ଝିଅର ମୃତ ଶରୀରକୁ ଦେଖିବାକୁ ପାଇଥିଲେ । କନ୍ୟାଶ୍ରମର ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ମାଝିଙ୍କୁ ଝିଅର କଣ ହୋଇଥିଲା ବୋଲି ପଚାରି ଥିଲେ ବାପା – । କିନ୍ତୁ, ପ୍ରଧାନଶିକ୍ଷକ ସେହି ସମୟରେ ନିଶାରେ ଚୁର ଥିବାରୁ ତାଙ୍କ ନିକଟରୁ ଉତ୍ତର ପାଇବା ବଦଳରେ ଶୁଣିଥିଲେ ଅଶାଳୀନ ଶବ୍ଦ । ଉକ୍ତ ପ୍ରଧାନ ଶିକ୍ଷକ ପ୍ରହ୍ଲାଦଙ୍କ ବିରୋଧରେ ଅତୀତରେ ବହୁ ଅଭିଯୋଗ ରହିଆସିଥିଲେ ମଧ୍ୟ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଛତ୍ରଛାୟା ତଳେ ରହିଥିବାରୁ ତାଙ୍କୁ ପ୍ରତ୍ୟେକ ଥର କ୍ଲିନଚିଟ ମିଳିଆସୁଥିଲା । ଆଜି ଏହି ଖବର ପ୍ରଚାରିତ ହେବା ପରେ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜରେ ପହଁଞ୍ଚିଥିଲେ ଝାମୁମୋର ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା, ଜିଲ୍ଲା ସଭାପତି ଫାଗୁ ହାଁସଦାଃ, ଭାଜପାର ଭାରତୀ ହାଁସଦାଃ ପ୍ରମୁଖ । ମେଡ଼ିକାଲ କଲେଜରେ ପ୍ରକୋଷ୍ଠ ସମ୍ମୁଖ ବାରଣ୍ଡାରେ ରଖିଦେଇଥିଲେ ଏବଂ କନ୍ୟାଶ୍ରମର ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ମାଝି ଓ ଛାତ୍ରୀ ନିବାସର ସୁପାରିଟେଣ୍ଡଣ୍ଟଙ୍କୁ ଚାକିରୀରୁ ବରଖାସ୍ତ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଚାକିରୀରୁ ନିଲମ୍ବନ କରାଯିବା ସହ ମୃତ ବବିତା ପରିବାରକୁ ୧୦ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବାର ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାକୁ ଅପରାହ୍ନ ୪ଟାରେ ଅବରୋଧ କରିଥିଲେ । ଖବରପାଇ ବାରିପଦା ସଦର ଏସଡ଼ିପିଓ କୃଷ୍ଣପ୍ରସାଦ ପଟ୍ଟନାୟକ, ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ, ବେତନଟୀ ଏସଡ଼ିପିଓ ଗୋବିନ୍ଦ ସେଠୀ , ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ମୀନକେତନ ମଙ୍ଗରାଜ ପ୍ରମୁଖ ପହଁଞ୍ଚି ଆନେ୍ଦାଳନକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ଶ୍ରୀ ମଙ୍ଗରାଜ ନଗଦ ୫୦ ହଜାର ଟଙ୍କା ମୃତ ବବିତାର ବାପା ମହେନ୍ଦ୍ର ପାତ୍ରଙ୍କୁ ଦେବା ସହ ଡେ଼ଥ ସାର୍ଟିଫିକେଟ, ଲିଗାଲହେୟାର ସାର୍ଟିଫିକେଟ ଆଦି ଆବଶ୍ୟକୀୟ କାଗଜପ୍ରତ୍ର ଦାଖଲ କରିବା ପରେ ପରବର୍ତ୍ତି କିସ୍ତିରେ ୨ଲକ୍ଷ ଟଙ୍କେ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ସହ ଘଟଣା ଉପରେ ତଦନ୍ତ କରାଯିବା ପରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଘୋଷଣା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଉକ୍ତ ଆନେ୍ଦାଳନରେ ବିଜେପିର ରାଜ୍ୟ ଉପସଭାପତି ରାଜ କିଶୋର ଦାସ, ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ମଳୟ କୁମାର ଜେନା, ପ୍ରଦୀପ ମହାନ୍ତି, ଲକ୍ଷ୍ମୀଧର ହାବୁଡ଼ା, ପ୍ରକାଶ ସୋରେନ, ବିଜୟ ଦାସ, ପୁରୁଷୋତ୍ତମ ନାୟକ, ଭାରତୀ ହାଁସଦାଃ ପ୍ରମୁଖଙ୍କ ସହିତ ଜେଏମଏମର ରାଜ୍ୟ ସାଧାରଣ ସମ୍ପାଦକ ଶବଙ୍କrନା, ଜିଲ୍ଲା ସଭାପତି ଶ୍ରୀହାଁସଦାଃ, ପୂର୍ବତନ ବିଧାୟକ ଅଜେନ ମୁର୍ମୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭୂଦାନ ମାର୍ଣ୍ଡି, ଯୁବ କଂଗ୍ରେସ ସଭାପତି ରାକେଶ ସିଂ, ସମାଜସେବୀ ଶରତ ଚନ୍ଦ୍ର ନାୟକ ପ୍ରମୁଖ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ ଏବଂ ଏହା ଗଣତନ୍ତ୍ରର ବିଜୟ ବୋଲି କହିଥିଲେ ।