ବରଗଡ(ଗୌରାଙ୍ଗ ଦାଶ) :- ଆଜି ଦୀପହରେ ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ସାପଲହର ଗ୍ରାମର ଘନଶ୍ୟାମ ଦାସଙ୍କର ପତ୍ନୀ ଯଜ୍ଞସେନି ଦାସଙ୍କର ଶବ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଦେଖିବାକୁ ପାଇଁ ଘନଶ୍ୟାମ ଜଗଦଲପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କାରୀଙ୍କର ଅଭିଯୋଗ ମୁତାବକ ଆଜି ଦୀପହରେ ଅଭିଯୋଗ କାରୀଙ୍କର ପୁଅ ଓ ତାଙ୍କର ବଡ ଭାଇଙ୍କର ପୁଅ ମଧ୍ୟରେ ମୋଟର ସାଇକଲକୁ ନେଇ ଝଗଡା ହେଇଥିଲା । ଘନଶ୍ୟାମଙ୍କର ପୁତୁରା ଏକ ଲୁହ ରଡ଼ରେ ମୋଟର ସାଇକେଲ ଉପରେ ପ୍ରହାର କରିଥିଲା | ଏହି ସମୟରେ ଘନଶ୍ୟାମ ଓ ତାଙ୍କର ପତ୍ନୀ ଝଗଡାକୁ ଶାନ୍ତ କରିବା ପାଇଁ ଦୁଇ ଜଣଙ୍କର ମଝିରେ ଆସିଥିଲେ । ଘନଶ୍ୟାମଙ୍କର ପୁତୁରାର ଏକ ପ୍ରହାର ଘନଶ୍ୟାମଙ୍କର ସ୍ତ୍ରୀର ମୁଣ୍ଡରେ ମଧ୍ୟ ବାଜିଥିଲା । ଅହତ ସ୍ତ୍ରୀ କୁ ଡାକ୍ତରଖାନା ନେବାପାଇଁ ଘନଶ୍ୟାମ ଓ ତାଙ୍କ ପୁଅ ଗାଡି ଖୋଜିବାକୁ ଯାଇଥିଲେ । କିଛି ସମୟ ପରେ ବାପପୁଅ ଘରକୁ ଫେରି ଦେଖନ୍ତି ଯେ ଘରେ ଯଜ୍ଞସେନିଙ୍କର ଅର୍ଦ୍ଧ ଦଗ୍ଧ ମୃତଦେହ ପଡି ରହିଛି ।
ଥାନା ଅଧିକାରୀ ଲିଲିମା ଲଳିତା ବାର୍ଳା ଏହି ଘଟଣାର ଖବର ପାଇବା ପରେ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛନ୍ତି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ଓ ଘରଣା ର ତଦନ୍ତ ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ଥାନା ଅଧିକାରୀ ଜଣାଇଛନ୍ତି ।।