ହେଡଲାଇନସ୍:

ବାହୁଡ଼ିଲେ ମୁକୁନ୍ଦ : ସୁବହ କା ଭୁଲା ସାମକୋ ଲୌଟ ଆୟେ ତୋ ଉସେ ଭୁଲା ନାହିଁ କହତେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ମାଲକାନଗିରି ପୂର୍ବତନ ବିଧାୟକ ତଥା ବିଜେପି ନେତା ଶ୍ରୀ ମୁକୁନ୍ଦ ସୋଡ଼ି, ଭେଙ୍କଟକଲାମ ସରପଞ୍ଚ ଦେବ ମାଡ଼କାମି, ଭେଗନବାଡ଼ା ସମିତି ସଭ୍ୟ ହରିବନ୍ଧୁ ହନ୍ତାଳ, ପଦ୍ମଗିରି ପୂର୍ବତନ ସରପଞ୍ଚ ଅର୍ଜୁନ ମାଡ଼କାମି, ବିଜେପି ନେତା ଶମ୍ବୁ ବାଦୋଇ, ଠାକୁର ସରକାର, ମୁଡ଼ା ମାଡ଼କାମି, ସମରେଶ ମଣ୍ଡଳ, ଶ୍ରୀନିବାସ ସରକାର, ସୁବାସ ମଣ୍ଡଳ, କିରଣ୍ମୟୀ ସରକାରଙ୍କ ସମେତ ୨୦୦ରୁ ଊଦ୍ଧ୍ୱର୍ ବିଜେପି ଓ କଂଗ୍ରେସ କର୍ମୀ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ଶ୍ରୀ ସୋଡ଼ିଙ୍କ ସମେତ ସମସ୍ତ କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଶ୍ରୀ ସୋଡ଼ି ବିଜୁ ଜନତା ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ମାଲକାନଗିରି ଜିଲ୍ଲା ସହ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି ଅବସରରେ ଶ୍ରୀ ସୋଡ଼ି କହିଥିଲେ ଯେ ବିଚ୍ଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳରେ ପରିଣତ କରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଆଦର୍ଶଗତ କାର୍ଯ୍ୟଧାରାକୁ ଦେଖି ଏବଂ ମାଲକାନଗିରି ଜିଲ୍ଲାର ବିକାଶରେ ଅନୁପ୍ରାଣିତ ହୋଇ ଆଜି ପୁଣିଥରେ ମୁଁ ମୋ ଘରକୁ ଫେରିଛି । ଆଗକୁ ଜଣେ ସକ୍ରିୟ କର୍ମୀ ଭାବରେ ବିଜୁ ଜନତା ଦଳକୁ ଜିଲ୍ଲାରେ କିଭଳି ମଜଭୁତ କରାଯିବ, ସେଥିପାଇଁ ମୁଁ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ କରିବି ।

0
0
0
s2sdefault