ସିଏମଙ୍କ ପ୍ରୋଗ୍ରାମ ପାଇଁ ଯାଉଥିଲେ, ଘଟିଲା ଅଘଟଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପୋଲିସ ଭ୍ୟାନ-ଟ୍ରକ ମୁହାଁମୁହିଁ : ୩ଜଣ ମୃତ

 ଝାରସୁଗୁଡା(Bikrama keshari Mahapatra) : ଝାରସୁଗୁଡ଼ା ବେଳପାହାର ରାସ୍ତାରେ ବନହରପାଲି ପାଲ୍ଲୀ ପେଟ୍ରୋଲ ପମ୍ପ ଶନି  ମନ୍ଦିର ସାମ୍ନା ରେ ଆଜି ସକାଳ ସମୟ ରେ ଘଟିଛି ମର୍ମନ୍ତୁଦ  ଦୁର୍ଘଟଣା   | ଆଜି ସକାଳୁ ମୁଖ୍ୟମନ୍ତ୍ରୀଙ୍କ  ପ୍ରୋଗ୍ରାମ ଥିବାରୁ୨ ୟୁନିଟ OSAP ଯବାନ ପ୍ରୋଗ୍ରାମକୁ ଯାଉଥିଲେ |  ଠିକ ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା ସେଥିରେ ୩ଜଣ ଙ୍କ ମୃତ୍ୟୁ ହୋଇଥିବା  ଅନେକ  ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି |

  ସମସ୍ତ ପୋଲିସ କର୍ମୀ ଝାରସୁଗୁଡ଼ା 2ୟ ସଶସ୍ତ୍ର ବାହିନୀର ଯବାନ। ଆଜି opgc ରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମର ସୁରକ୍ଷା ପାଇଁ ବନହରପାଲି ଯାଉ ଥିଲେ। ସକାଳ 6ଟା 35 ବେଳକୁ ବେଲପାହାଡ଼ ପୋଲ ନିକଟରେ ସମ୍ମୁଖ ପଟରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା।  ପୋଲିସ ଭେନ ରେ ଏକ ପ୍ଲାଟୁନ (33) ଜଣ ଯବାନ ଥିଲେ। ଆହତ ମାନଙ୍କୁ ମଣ୍ଡାଳିଆ କେନ୍ଦ୍ରୀୟ ଡାକ୍ତରଖାନା ଓ ବେଲପାହାଡ଼ ଟିଆରଏଲ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ଯବାନଙ୍କ ମୃତ୍ୟୁ ହୋଇଯାଇଛି। ଗୁରୁତର 12ଜଣଙ୍କ ମଧ୍ୟରୁ 4 ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରା ଯାଇଛି।

0
0
0
s2sdefault