ହେଡଲାଇନସ୍:

ଭଉଣୀ ଘରେ ପହଂଚାଇ ପାରିଲେନି ମର୍ଯ୍ୟଦା ଭାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହାଇୱା ଧକ୍କାରେ ଉଡ଼ିଗଲା  ସ୍କୁଟି ଆରୋହୀଙ୍କ ପ୍ରାଣବାୟୁ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର):  ଆଜି ଅପରାହ୍ନ ୧ଟା ବେଳେ ଓଡଗାଁ-ଭଞ୍ଜନଗର ରାଜ୍ୟ ରାଜପଥର ରଙ୍ଗଣୀପାଟଣା ଛକ ନିକଟ ମୋଡରେ  ସଡକ ଦୁର୍ଘଟଣା ଯୋଗୁଁ ଜଣେ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଓଡଗାଁ ବ୍ଲକ ଶରଣକୁଳ ଥାନା ଶିଖରପୁର ଗ୍ରାମର ବିଦେଶୀ ପାଳ (୫୮) । ପୁଅର ବିବାହ ମର୍ଯ୍ୟଦା ଭାର ନେଇ ଭଉଣୀ ଘର ପାଣ୍ଡେରିପଡା ଗ୍ରାମକୁ ଓଡି୨୫ଏଫ୍ - ୮୦୦୯ ନମ୍ବର ସ୍କୁଟି ଯୋଗେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଓଡି୨୫ଜି-୭୨୯୨ ହାଇୱା ସହିତ ରଙ୍ଗଣୀପାଟଣା ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ବିଦେଶୀଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଓଡଗାଁ ପୁଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହିତ ଦୁର୍ଘଟଣା ଗ୍ରସ୍ତ ୨ଗାଡିକୁ ଜବତ କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ୩୨/୧୯ରେ ମାମଲା ରୁଜୁକରି ତଦନ୍ତ ଚାଲୁ ରହିଛି । ବ୍ୟବଛେଦ ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଛି । ହାଇୱାର ଚାଳକ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣା ଯାଇଛି । 

0
0
0
s2sdefault