ହେଡଲାଇନସ୍:

 ୫ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ଡିଏସପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା(ଅମିତ କୁମାର ପୁରୋହିତ) ; ସଦର ପୁଲିସ ଡିଏସପି ଏକ ଆଟୋ୍ରସିଟି ଆକ୍ଟ ରେ କମ୍ପାନସେସନ କରାଇଦେବା ପାଇଁ ଜଣ ଙ୍କ ଠାରୁ ୫ହଜାର ଟଙ୍କା ଲାଚଂ ନେଉଥିବା ଅଭିଯୋଗରେ  ନୂଆପଡ଼ା ଭିଜିଲାନ୍ସ ହାତତରେ ଧରାପଡି ଅଟକ ରଖିଥିବା  ଜଣାପଡିଛି । ସୂଚନାରୁ ପ୍ରକାଶ ୬/୨/୨୦୧୯ରେ ଖଡିଆଳ ବ୍ଲକ ନରସିଂପୁର ଗ୍ରାମର ଜଗଦିଶ ଛୁରା ଙ୍କୁ ସେହି ଗାଁର ଯୋଗୁ ପଟେଲ ଓ ବେଣୁଧର ପଟେଲ ପାରିବାରିକ କଥା କୁ ନେଇ ମାଡପିଟ ହୋଇ ଜାତିଆଣ ଆକ୍ଷେପ କରିଥିଲେ । ଏହି ବାବଦକୁ ଖଡିଆଳ ଥାନାରେ କେଶ ନଂ ୨୯ ।୧୯ରେ ମାମଲା ରୁଜୁ ହୋଇଥିଲା । ଏହି କେଶ ଜାତିଆଣ ମାମଲା ହେଇଥିବାରୁ ଏହାର ତଦନ୍ତ ଭାର ହେଡକ୍ୱାଟର୍ ଡିଏସପି ରବିନ୍ଦ୍ର କୁମାର ସେଠୀଙ୍କୁ ଦିଆଯାଇଥିଲା । ହେଲେ କମ୍ପନସେସନ କରାଇଦେବାକୁ ସେ ଟଙ୍କା ମାଗିଥିଲେ ।  ଜଗଦିଶ ଛୁରା ଏହାକୁ ନେଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସର ଯୋଜନା ମୁତାବକ ଆଜି ଜଗଦିଶ ଛୁରା  ଡିଏସପିଙ୍କ ଅଫିସରେ  ୫ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ।

 ଏହି ଚଢାଉରେ ନୂଆପଡ଼ା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ, ରାୟଗଡା ଡିଏସପି ସୁଶାନ୍ତ କୁମାର ବିଶ୍ୱାଲ, କଳାହାଣ୍ଡି ଇନିନ୍ସପେକ୍ଟର ଡି ବାସୁଦେବ ରାଓ, କଳାବତୀ ବାଗ,ନୂଆପଡା ଇନିନ୍ସପେକ୍ଟର ଶିବରାମ ସାହୁ, ସାମିଲ ଥିଲେ । ଏହି ଚଢାଉ ଏକକାଳିନ  ଅଫିସ , ସରକାରୀ ବାସ ଭବନ ଓ ପୈତୃକ ଘର କୁଜଙ୍ଗରେ  ଚଢାଉ କରାଯାଇଥିଲା । ଭିଜିଲାନ୍ସ କେଶ ନଂ ୪ ।୧୯ ରେ ମାମଲା ରୁଜୁ କରି ଡିଏସପି ରବିନ୍ଦ୍ର କୁମାର ସେଠୀଙ୍କୁ ଅଟକ ରଖାଯାଇଛି ବୋଲି ଭିଜିଲାନ୍ସ ଡିଏସପି ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଡିଏସପି ସ୍ତରୀୟ ଅଦଳ ବଦଳ ହୋଇଥିବା ବେଳେ ଶ୍ରୀ ସେଠୀ ଙ୍କୁ ଆନନ୍ଦପୁର ବଦଳି ହୋଇଛି । ଏନେଇ ଡିଏସପି ରବିନ୍ଦ୍ର କୁମାର ସେଠୀଙ୍କୁ ପଚାରିବାରୁ  ମୋର ଅନ୍ୟତ୍ର ବଦଳି ହୋଇଯାଇଛି । ଆଜି ବିଭାଗ ତରଫରୁ ମୋତେ ଫେୟାରୱେଲ ଦିଆଯାଉଥିବା ବେଳେ କିଛି ଜରୁରୀ କାମ ଅଛି ବୋଲି ଅଫିସକୁ ଡାକିଥିଲେ । ମୁଁ କୈାଣସି ଟଙ୍କା ଗ୍ରହଣ କରିନାହିଁ । ମୋ ଅଜାଣତରେ ଥିବା ଟେବୁଲ କ୍ଳଥ ତଳେ ଟଙ୍କା କୁ ଭିଜିଲାନ୍ସ ଜବତ କରିଛି । ଏହି ଟଙ୍କା ବାବଦରେ ମୁ ଜାଣି ନାହିଁ ବୋଲି କହିଥିଲେ  । ମୋର ତଦନ୍ତ ଅନୁଯାୟୀ ଜଗଦିଶ ଛୁରାକୁ ମିଳିବାକୁ ଥିବା କମ୍ପାନସେସନ ର ଆବଶ୍ୟକୀୟ କାଗଜ ପତ୍ର ଖଡିଆଳ ତହସିଲଦାର ଙ୍କୁ ପ୍ରଦାନ କରାଯାଇଛି ।   

0
0
0
s2sdefault