ସୁନ୍ଦରଗଡରୁ ହୋରାଚାନ୍ଦ ଦେଉରିଆ :: ସୁନ୍ଦରଗଡ଼, ବିଜୁ ଏକ୍ସପ୍ରେସୱ କୁଣ୍ଡୁକେଲା ଛକରେ ଶୁକ୍ରବାର ଅପରାହ୍ନ ୩ ଟା ସମୟ ପାଖା ପାଖି ମର୍ମନ୍ତୁଦ ଦୃଘଟଣା ଘଟିଛି | ଏକ ଦୁଖଦ ଦୁର୍ଘଟଣାରେ ପଛରୁ ଏକ ଟ୍ରକ ଧକ୍କାରେ ଜଣେ ହୋମଗାର୍ଡଙ୍କ ପତ୍ନୀଙ୍କ ମୃତ୍ୟୁ ଘଟି ପତି(ହୋମଗାର୍ଡ) ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି | ଏହାକୁ ନେଇ ଦୀର୍ଘ ସମୟ ଧରି ସୁନ୍ଦରଗଡ- ସମ୍ବଲପୁର ରାସ୍ତା ଲୋକମାନେ ଅବରୋଧ କରି ରଖିଥିଲେ `
ଖବର ଅନୁଯାୟୀ ଭସ୍ମା ଅଂଚଳର ହେମନ୍ତ ମିଶ୍ର ଓ ତାଙ୍କ ପତ୍ନୀ ମନୋରମା ମିଶ୍ର ମନ୍ଦିର ଦର୍ଶନ କରି ନିଜ ଘର ଭସ୍ମାକୁ ଫେରୁଥିବା ଟ୍ରକ ଟେ ପଛରୁ ଧକ୍କା ଦେଇଥିଲା | ଘଟଣାସ୍ଥଳରେ ମନୋରମାଙ୍କ ଶୋଚନୀୟ ମୃତ୍ୟୁ ହୋଇଛି | ପତ୍ନୀ ହେଲେ ମନୋରମା ମିଶ୍ର, ତାଙ୍କ ସ୍ୱାମୀ ହେମନ୍ତ ମିଶ୍ର ସେମାନେ ଭସ୍ମା ର ବୋଲି ପରିଚୟ ମିଳିଛି, ଯାହା ସୂଚନା ମିଳିଛି ଗୁରୁତର ହେମନ୍ତ ମିଶ୍ର ଭସ୍ମା ଥାନା ଅଧୀନରେ ହୋମଗାର୍ଡ ପୋଷ୍ଟରେ କାର୍ଯ୍ୟ ରତ ଥିଲେ | ସେ ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି | ହେଲେ ଲୋକ ଏତେ ମାତ୍ରାରେ ଉତକ୍ତ୍ୟ ଥିଲେ ଯେ ଗାଡ଼ିକୁ ଲୋକମାନେ ରାଗରେ କାଚ ଭାଙ୍ଗି ଟେକା ପଥର ମାରି,ଗାଡିକୁ ଜଳେଇଦେବା ପାଇଁ ରେଡି ଥିଲେ | ଠିକ ସମୟରେ ଭସ୍ମା ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବାରୁ ଗାଡ଼ିକୁ ଜବତ କରି ପୋଲିସ ଅଟକ ରଖିଥିଲା | ଗାଡି ନମ୍ବର ଓଡ଼ି୧୬ସି ୬୦୧୦ | କିନ୍ତୁ ଲୋକମାନେ ଏତେ ମାତ୍ରାରେ ଉତକ୍ତ୍ୟ ଥିଲେ ଯେ ରାସ୍ତାକୁ ପୁରା ବନ୍ଦ କରିଦେଇଥିଲେ | ୫ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ବନ୍ଦ ହୋଇ ଯାଇଥିଲା | ହଜାର ହଜାର ସଂଖ୍ୟାରେ ଟ୍ରକ ଠିଆ ହୋଇ ରହିଥିଲା | ରାଉରକେଲା ସମ୍ବଲପୁର ମୁଖ୍ୟରାସ୍ତା ରାସ୍ତା ହୋଇଥିବାରୁ ବହୁ ବସ, ଟେମ୍ପୁ ମଧ୍ୟ ଠିଆ ହୋଇ ଯାଇଥିଲା | ଯାହା ଫଳରେ ବହୁତ ସଂଖ୍ୟା ରେ ଯାତ୍ରୀ ହଇରାଣ ହୋଇଥିବା ଦେଖିବାକୁ ମିଳିଥିଲା | ଘଟଣା ସ୍ଥଳରେ ଭସମା ଥାନା ଅଧିକାରୀ, ଆଶିଷ କୁମାର ସାହୁ, ଏସଡ଼ିପିଓ ବଳଭଦ୍ର ଦୀପ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ଲୋକଙ୍କ ଦାବିପୁରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଓ ରେଡ଼ କ୍ରସ ମଧ୍ୟ ୨୦୦୦୦ ଟଙ୍କା ହେମନ୍ତ ମିଶ୍ର ଙ୍କ ପରିବାର ଲୋକଙ୍କୁ ଦେଇଥିଲେ ବି ଦୀର୍ଘ ସମୟ ଧରି ପରିସ୍ଥିତି ନିୟନ୍ତ୍ରଣକୁ ଆସିନଥିଲା | ଯାହା ସୂଚନା ମିଳିଛି ହେମନ୍ତ ମିଶ୍ର ଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ଗୁରୁତର ଅବସ୍ଥାରେ ତାଙ୍କ ଚିକିତ୍ସା ଚାଲିଛି |
ଏପଟେ ଟ୍ରକ ଚାଳକ ରାଜକିଶୋର ପାଶ୍ୱନ ବୋଲିଜଣାପଡିଛି | ସେ ବିହାର ଗୟାଜିଲ୍ଲା ଛନ୍ଦେୟସ୍ଥାନ ସୁରଡିର ବୋଲି ଜଣାପଡ଼ିଛି | ଟ୍ରକ ଡ୍ରାଇଭର କୁ ଲୋକମାନେ ଧରି ନିସ୍ତୁକ ମାଡ଼ ମାରି ପେଟରେ ବୋତଲ ହୁରି ଦେଇଛନ୍ତି ଓ ବାମ ଗୋଡ଼ କୁ ଭାଙ୍ଗି ଦେଇଥିବା ଟ୍ରକ ଚାଳକ କହିଛନ୍ତି | ଠିକ ସମୟରେ ଯଦି ପୋଲିସ ପନ୍ଚହିଁଥାନ୍ତା ତା ହେଲେ ଉତକ୍ତ୍ୟ ଲୋକ ଜୀବନରୁ ମାରିଦେଇଥାନ୍ତେ ବୋଲି ଟ୍ରକ ଡ୍ରାଇଭର କହିଛନ୍ତି | ସେପଟେ ସେ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ପୋଲିସ ମଧ୍ୟ ମୁତୟନ ହୋଇଥିଲେ |