ହେଡଲାଇନସ୍:

ଚଳନ୍ତା ଟ୍ରେନ୍ ରେ ଲାଗିଲା ନିଆଁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର/ନିରୋଜ ମିଶ୍ର :  ଚଳନ୍ତା ଟ୍ରେନ୍ ରେ ଲାଗିଲା ନିଆଁ । ବଲାଙ୍ଗିର ହରିଶଙ୍କର ଷ୍ଟେସନରେ ଟ୍ରେନ୍ ରେ ଅଗ୍ନିକାଣ୍ଡ ହୋଇଛି । ବିଶାଖାପାଟଣା-ଭଗତ କି କୋଠି ଟ୍ରେନ୍ ଇଞ୍ଜିନରେ ନିଆଁ ଲାଗିଛି । ତେବେ ଟ୍ରେନ୍ ରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଛି ।ତେବେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀ ନିଆଁକୁ ଲିଭାଇଥିବାବେଳେ ଅନ୍ୟ ଏକ ଇଞ୍ଜିନ ସାହାଯ୍ୟରେ ଟ୍ରେନ୍ ତାର ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଛି । ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣାପଡିନାହିଁ । ଟ୍ରେନ୍ ଇଞ୍ଜିନରେ ନିଆଁ ଲାଗିବା ଫଳରେ ଯାତ୍ରୀମାନଙ୍କ ମଧ୍ୟ ଆତଙ୍କ ଖେଳିଯାଇଥିଲା । ନିଆଁ ଲାଗିବାର କାରଣ ସଂପର୍କରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ କରାଯିବ ବୋଲି ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି । ତେବେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁ ଲାଗିବା ପରେ ଟ୍ରେନ୍ ଇଞ୍ଜିନରୁ ପ୍ରବଳ ଧୂଆଁ ନିର୍ଗତ ହେଉଥବା ଦେଖି ସ୍ଥାନୀୟ ଲୋକେ ମଧ୍ୟ ଆତଙ୍କିତ ହୋଇ ପଡିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ବା ଧନଜୀବନ ନଷ୍ଟ ହୋଇନଥିବା ଜଣାପଡିଛି ।

 

0
0
0
s2sdefault