ହେଡଲାଇନସ୍:

୧୯ ଚୋରା ବାଇକ ଜବତ ୯ ଅଭିଯୁକ୍ତ ଗିରଫ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରେଢାଖୋଲ(ଯଶୋବନ୍ତ ନାରାୟଣ ସାହୁ ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ପୋଲିସ ଦିର୍ଘ ଦିନ ଧରି ଚାଲିଥିବା ବଡ ଧରଣର ବାଇକ ଚୋରୀ ରାକେଟକୁ ଗିରଫ କରିଛି । ଏଥି ସହିତ ପୋଲିସ ବିଭିନ୍ନ ଅଂଚଳର ୧୯ଟି ଚୋରା ବାଇକକୁ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଜିଲ୍ଲା  ରେଢାଖୋଲ ସହର ଉପକଣ୍ଠ ଶୁଣ୍ଢିମୁଣ୍ଡା ଗ୍ରାମର ନିମେଇ ଚରଣ ନାଏକ, ବଡବାହାଳ ପଞ୍ଚାୟତ ଲଇଣ୍ଡାମାଳ ଗ୍ରାମର ରିତୁ ପ୍ରଧାନ, ବିଶ୍ୱନାଥପୁର ଗ୍ରାମର ଜ୍ୟୋତି ରଂଜନ ପ୍ରଧାନ ଓରଫ ମଣ୍ଟୁ, ବଉଦ ଜିଲ୍ଲା ବରଖୁଳି ଗ୍ରାମର ରାଘବ ଧଳ ଓରଫ କୁଲୁ, ଟୁଟୁସିଙ୍ଗା ଗ୍ରାମର ରବିନ୍ଦ୍ର ଡଣ୍ଡସେନା, ଭିମ ସ୍ୱାଇଁ, ମେଣ୍ଢାମାଳ ଗ୍ରାମର ଭରତ ଭୋଇ, ଚରମାଳ ଥାନା ଅନ୍ତର୍ଗତ ବଡନୁଆପଡା ଗ୍ରାମର ସନାତନ ଦେହୁରୀ, ରେଢାଖୋଲ ଥାନା ନାକଟିଦେଉଳ ବ୍ଲକର ଡଇଁଚା ଗ୍ରାମର ସାରଥି ନାଏକ । ଏ ସଂକ୍ରାନ୍ତରେ ରେଢାଖୋଲ ଥାନା କେସ ନଂମ୍ବର ୩୪/୨୦୧୯ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ସୋମବାର କୋଟ ଚାଲାଣ କରାଯିବ ବୋଲି ପୋଲିସ କହିଛି । ଏହି ପରିପେକ୍ଷିରେ ରେଢାଖୋଲ ଥାନା ପରିସରରେ ଆହୁତ ଏକ ସାମ୍ବାଦିକ ସମ୍ବିଳନିରେ ପୋଲିସ ଏସଡିପିଓ ହାଡିବନ୍ଧୁ ସ୍ୱାଇଁ ସୂଚନା ଦେଇ କହିଲେଯେ ପୋଲିସ ବିଭାଗ ପକ୍ଷରୁ ବଉଦ ରେଢାଖୋଲ ଜାତୀୟ ରାଜପଥ ୧୫୩ ରେଢାଖୋଲ ଥାନା ଅନ୍ତର୍ଗତ କେନ୍ଦୁକଟା ନିକଟସ୍ଥ ତାରେଣି ମନ୍ଦିରଠାରେ ଥାନା ପକ୍ଷରୁ ଏସଆଇ ରାଜ କୁମାର ବିଶ୍ୱାଳ ପ୍ରମୁଖ ସଦଳବଳେ ଯାନ ବାହାନର ଯାଞ୍ଚ କରୁଥିବା ବେଳେ ଅଭିଯୁକ୍ତ ନିମାଇଁ ଓ ରିତୁଙ୍କ ଗାଡି ପ୍ରଥମେ ଯାଞ୍ଚ କରିବାରୁ ଚୋରାଗାଡିର ସୁରାଗ ମିଳିଥିଲା । ଏହାପରେ ପୋଲିସ ତଦନ୍ତ ପକ୍ରିୟା ଜାରିରଖି ୧୯ଟି ବାଇକକୁ ଜବତ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ମାନେ ସମ୍ବଲପୁର ସହର ଅଇଁଠାପାଲି, ଧନୁପାଲି, ଥାନା ସମେତ ସୋନପୁର ସଦର, ମୟୁରଭଞ, ରେଢାଖୋଲ ଥାନା ଅଂଚଳର ବିଭିନ୍ନ ସ୍ଥାନରୁ ବାଇକ ଚୋରିକରି ବଉଦ ଜିଲ୍ଲା ବଘିଆପଡା ଅଂଚଳରେ ୮ରୁ ୧୦ ହଜାର ଟଙ୍କା ଭିତରେ ବାଇକ ସବୁ ବିକ୍ରି କରିଦେଉଥିଲେ । ଏପରିକି ଅଭିଯୁକ୍ତ ମାନେ ମୁଖ୍ୟ ଅଭିଯୁକ୍ତଙ୍କ ନିଦେ୍ର୍ଧସ କ୍ରମେ ସହକାରୀ ଅଭିଯୁକ୍ତ ମାନେ କାମ କରୁଥିଲେ ବୋଲି ପ୍ରକାଶ କରିଛନ୍ତି । ଏପରିକି ଜବତ ଗଡି ସମେତ ଆହୁରି ଅଧିକ ଗାଡି ତଦନ୍ତକଲେ ଧରାପଡିବ ବୋଲି ଜଣା ପଡିଛି । ଏଥିରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ଖୁବ ଶିଘ୍ର ଧରାପଡିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ସୂଚନା ଦେଇଛନ୍ତି ।

0
0
0
s2sdefault