ହେଡଲାଇନସ୍:

ଗାଡିରୁ ୧୦ କୋଟି ୯୦ ଲକ୍ଷ ଟଙ୍କା ଜବତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କଟକରୁ ୟୁପିକୁ ଯାଉଥିଲା ଟଙ୍କା, ମହିଳା ସମେତ ୪ ଅଟକ

ନୂଆପଡ଼ା(ଅମିତ କୁମାର ପୁରୋହିତ) : ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲ୍ଲା ଖଲ୍ଲାରୀ ଥାନାରେ ବେଆଇନ ଭାବେ ଚାଳାଣ ହେଉଥିବା ୧୦ କୋଟି ୯୦ ଲକ୍ଷ ଟଙ୍କାକୁ ଛତିଶଗଡ ପୁଲିସ ହାତରେ ଧରା ପଡିଛି । ଏହି ଟଙ୍କା କଟକରୁ ଉତ୍ତରପ୍ରଦେଶ(ୟୁପି)କୁ ଚାଳାଣ ହେଉଥିବା ଛତିଶଗଡ ପୁଲିସ କହିଛି । ଏଥିରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଛତିଶଗଡ ପୁଲିସ ଅଟକ ରଖି ପଚରା ଉଚୁରା କରୁଛି । ଆଜି ଅପରାହ୍ନରେ ଗୋପାଲପୁର ରୁ ରାୟପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୫୩ର ମହାସମୁନ୍ଦ ଜିଲ୍ଲା ଖଲ୍ଲାରୀ ନିକଟରେ ପୁଲିସ ଗାଡି ତନଖି କରୁଥିଲା । ଏହି ସମୟରେ ଏକ ଟୋୟଟା ଇଟିଅସ୍ ଗାଡି(ୟୁପି ୮୦ ଇ କ୍ୟୁ  ୯୬୮୧)କୁ ଅଟକାଇ ଚେକିଂ କରିଥିଲେ । ଗାଡିରେ ବେଆଇନ ଭାବେ ବହୁ ଅର୍ଥ ଚାଳାଣ ହେଉଥିବା ଖଲ୍ଲାରୀ ପୁଲିସ ଦେଖିବାକୁ ପାଇଥିଲା । ଗାଡିରେ ୧୦ କୋଟି ୯୦ ଲକ୍ଷ ଟଙ୍କା କଟକର ଏକ ଫାର୍ମ ହାଉସରୁ ୟୁପିର ଆଗ୍ରାକୁ ଚାଳାଣ ହେଉଥିଲା । ସମସ୍ତ ଅର୍ଥକୁ ଜବତ କରି ଖଲ୍ଲାରୀ ଥାନାରେ ରଖା ଯାଇଛି । ୟୁପି ଆଗ୍ରା ଅଞ୍ଚଳର ଗାଡି ଚାଳକ ବନବାରୀ ଜାଟ, ପ୍ରହଲ୍ଲାଦ ବଘେଲ, ମହମ୍ମଦ ଇବ୍ରାହିମ, ନଜମା ବେଗମଙ୍କୁ ଖଲ୍ଲାରୀ ପୁଲିସ ଅଟକ ରଖି ପଚରା ଉଚୁରା ଚାଳିଛି । ଥାନାରେ ଛତିଶଗଡ ଆୟକର ବିଭାଗ ପହଂଚି  ଖୋଳତାଡ କରୁଥିବା ଖଲ୍ଲାରୀ ପୁଲିସ କହିଛି । ତେବେ ଏତେ ପରିମାଣର ନଗଦ ରାଶି କାହିଁକି ଓ କିପରି ଏତେ ଦୂରକୁ ଚାଳାଣ ହେଉଥିଲା ତାହ ସନ୍ଦେହ ଘେରରେ ରହିଛି । 

 

0
0
0
s2sdefault