ହେଡଲାଇନସ୍:

ସୁନ୍ଦରଗଡ଼ ପୋଲିସକୁ ବଡ ସଫଳତା : ଆନ୍ତଃଜିଲ୍ଲା ଗାଡିଚୋରି ରାକେଟକୁ କଲା କାବୁ |

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ Horachand Deuria : ସୁନ୍ଦରଗଡ଼ ପୋଲିସ ଏକ ଆନ୍ତଃଜିଲ୍ଲା ମଟରସାଇକେଲ ଚୋରି ରାକେଟକୁ ଧରିବାରେ ସଫଳ ହୋଇଛି | ୧୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୩ଟି ମାତ୍ର ସାଇକେଲ ଉଦ୍ଧାର  କରିଛି | 

ଏସପି ସୌମ୍ୟ ମିଶ୍ରଙ୍କ କହିବା ଅନୁଯାୟୀ,  ଜିଲ୍ଲା ର ବିଭିନ୍ନ ସ୍ଥାନରେ ଦିନ ଦ୍ୱିପ୍ରହରରେ ବାଇକ ଚୋରୀହେବା ନେଇ ଗତ କିଛିମାସ ହେବ ପୋଲିସ ପାଖରେ ଅଭିଯୋଗ ହୋଇ ଆସୁଥିଲା | ଜନୈକ ଅଭିଯୋଗକାରୀ ଗଜେନ୍ଦ୍ର ମହାନନ୍ଦିଆଙ୍କ ମଟରସାଇକେଲ ଚୋରୀ ଅଭିଯୋଗ ଆସିବା ପରେ  କେସ ନଂ-୨୪ ତାରିଖ୧୫/୨ /୨୦୧୯ ରେ ଦଫା ୩୯୭ ଆଇପିସି ଅନ୍ତର୍ଗତ ମାମଲା ରୁଜୁ କରିଥିଲା | ସେହି ଅଭିଯୋଗର ତଦନ୍ତ ପାଇଁ  ଟାଉନ ଥାନା ଅଧିକାରୀ ବିବିଚ୍ଛ ପ୍ରଧାନଙ୍କ ନେତୃତ୍ୱରେ ସଦର, ଳେଫ୍ରିପଡା, କିଞ୍ଜିରିକେଲା ଓ ତଲସରା ଥାନାର ଅଧିକାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଏସପିଙ୍କ ନିଦେ୍ର୍ଧଶରେ ଗଠିତ ହୋଇ ତଦନ୍ତ ଆରମ୍ଭ କରିଥିଲା  । ବିଭିନ୍ନ ବିଶ୍ୱସ୍ତ ସୂତ୍ରରୁ ତଥ୍ୟ ସଂଗ୍ରହ କରିବା ସହ ସୁନ୍ଦରଗଠ ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଡ ମଧ୍ୟ କରିଥିଲେ  । ଆଉ ଶେଷରେ ଅଭିଯୁକ୍ତ ସୁବ୍ରତ ଶେଖର ଦେଓକୁ ଧରିଥିଲେ  । ସୁବ୍ରତକୁ ଜେରା କଲାବେଳେ ସେ ସ୍ୱୀକାର କରିଥିଲା ଯେ ସେ ଓ ତାହାର ସହଯୋଗୀ ମିଶି ବିଭିନ୍ନ  ସ୍ଥାନରୁ ମଟର ସାଇକେଲ ଚୋରୀ କରି ତାକୁ ବିକ୍ରି କରିଦେଇଛନ୍ତି  । ଏସପି ସୌମ୍ୟା ମିଶ୍ରଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ୱାବଧାନରେ ଡିଏସପି ବି ବି ଦୀପ ଓ ଅନ୍ୟମାନଙ୍କ ଦ୍ୱାରା ହୋଇଥିବା ଜେରାରେ ସୁବ୍ରତ କେମିତି ଚୋରୀ କରି କେଉଁଠି ଗାଡିଗୁଡିକ ଦେଉଥିଲା ତାହାର ସବୁ କହିଥିଲା  । ପୋଲିସ ପକ୍ଷରୁ ରେଡ କରାଯାଇ ରିସିଭର ମାନଙ୍କଠାରୁ ୧୩ଟି ମଟରସାଇକେଲ ଉଦ୍ଧାର କରାଯାଇଥିଲା  । ଏହି ମାମଲାରେ ପୋଲିସ ୧୪ ଜଣଙ୍କୁ ଏ ଯାବତ ଗିରଫ କରି ସେମାନଙ୍କ ବିରୋଧରେ ଟାଉନଥାନା ଅଧିନରେ ୫ଟି. ସଦରଥାନା ଅଧିନରେ ଦୁଇଟି, ଲେଫ୍ରିପଡା ଥାନା ଅଧିନରେ ଦୁଇଟି, କିଞ୍ଜିରିକେଲା ଅଧିନରେ ୩ଟି ଓ ତଲସରା ଥାନା ଅଧିନରେ ଗୋଟିଏ ମଟରସାଇକେଲ ଚୋରିମାମଲାରେ ଏମାନେ ସମ୍ପୃକ୍ତ ଥିବ ଜଣାପଡିଛି ବୋଲି ଏସପି ସୌମ୍ୟା ମିଶ୍ର ସୂଚନା ଦେଇଛନ୍ତି  । 

 

 

 

0
0
0
s2sdefault