ହେଡଲାଇନସ୍:

ଅତ୍ୟନ୍ତ ଦୁଃଖଦ : ଜଳିଗଲେ ମା ଓ ଦୁଇ ଶିଶୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ ଉଦୟଗିରି /ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ଘୁ ଉଦୟଗିରି ବ୍ଲକର ରତିଙ୍ଗିଆ ଗ୍ରାମ ପଂଚାୟତରେ ମଗରଗୁଡ଼ା ଗ୍ରାମରେ  ଏକ ଦୁଃଖଦ ଘଟଣା ଘଟିଛି | ଦୁଇ ଝିଅଙ୍କ ସହ ଜଣେ ମହିଳା ପୋଡି ହୋଇ ମରି ଯାଇଥିବାର ଅଭିଯୋଗ ହୋଇଛି | ମୃତକମାନଙ୍କ ନାମ ହେଲା ବିମଲ ପ୍ରଧାନଙ୍କ ପତ୍ନୀ ଝୁଲିମା ପ୍ରଧାନ , ଦୁଇ ଝିଅ ହେଲେ ସୋନାଲି ପ୍ରଧାନ (3) ଏବଂ ରୁପାଲି ପ୍ରଧାନ | ୯ମାସ ଖବର ପାଇ ଘୁ ଉଦୟଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ଘଟଣାର ତଦନ୍ତ ଚଲାଇଛି | ଘଟଣା ଅନୁସାରେ ବିମଲ ପ୍ରଧାନ ପତ୍ନୀ ଏବଂ ଦୁଇ ଝିଅ ଅଙ୍କ ସହ ରୁହନ୍ତି |. ମଙ୍ଗଳବାର ସକାଳେ ବିମଲ ଜଙ୍ଗଲକୁ କାମ ପାଇଁ ଯାଇଥିଲେ |  ଗୋଟିଏ ଘରେ ଶାଶୁ କାମ କରୁଥିବା ବେଳେ ଅନ୍ୟ ଘରେ ଝୁଲିମା ଏବଂ ଦୁଇ ଝିଅ ଥିଲେ | ଏତିକି ବେଳେ ସେହି ଘରୁ ହଠାତ  ଧୂଆଁ ବାହାରିଥିଲା | ଏହା ଦେଖି ବିମଳାଙ୍କ ମା ଦୌଡ଼ି ଥିଲା | ଝୁଲିମ ଥିବା ଘର ଦୁଆର ବନ୍ଦ ଥିବା ଦେଖି ପାଟି କରିଥିଲେ | ଖବର ପାଇ ଜଣେ ଯୁବକ ଦୌଡ଼ି ଯାଇ ଘର ଭିତରେ କବାଟ ଭାଙ୍ଗି ପଶିଥିଲେ | ତିନି ଜଣ ଅଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ପୋଡି ଥିଲା ବୋଲି ବିମଲଙ୍କ ମା କହିଛନ୍ତି | କେଉଁ କାରଣରୁ ଏହି ଘଟଣା ଘଟିଲା ଜଣା ପୋଡି ନାହିଁ  ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି |.

0
0
0
s2sdefault