ହେଡଲାଇନସ୍:

ଏମିତି ଆସେ ବି ମରଣ : ମା ହେବା ଆଗରୁ ଆରପାରିକୁ ଚାଲିଗଲେ ଯୁବତୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏକ ମୃତ ଓ ପାଞ୍ଚ ଅହତ

ପାଇକମାଲ(ଗୌରାଙ୍ଗ ଚରଣ ଦାଶ)  :- କେତେ ସ୍ବପ୍ନ ଦେଖିଥିଲେ ଇନ୍ଦ୍ରମଣି | ବାପାହେବାର ସ୍ବପ୍ନ ଦେଖୁଥିବା ଇନ୍ଦ୍ରମଣି କେବେ ଭାବିନଥିଲେ ଯେ ତାଙ୍କ ଧର୍ମପତ୍ନୀ ତାଙ୍କ ଛୁଆକୁ ସଂସାରକୁ ଆଣିବା ବଦଳରେ ସଂସାର ଛାଡିଯିବେ ବୋଲି ଆଉ କେବେ ବି ଭାବିନଥିଲେ ତାଙ୍କ ହସଖୁସି ସଂସାର ଏମିତି ଉଜୁଡିଯିବା ବୋଲି | ଗୋଟାଏ ଦୁର୍ଘଟଣା ସବୁକିଛି ଏପଟ ସେପଟ କରିଦେଲା | ରାସ୍ତାକଡ଼ରେ ନିଜ ଧର୍ମପତ୍ନୀଙ୍କ ଶବକୁ କୋଳରେ ଧରି ଲୁହ ଗଡାଉଥିବା ଦେଖିଏ ଯେକେହି ତାଙ୍କ ହୃଦୟର ବେଦନାକୁ କଳି ପାରିବ | 

        ପ୍ରାପ୍ତ ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ ଫ୍ରେଜରପୁର ନିଵାସୀ ଇନ୍ଦ୍ରମଣି ଭୋଇ ତାଙ୍କର ସ୍ତ୍ରୀ ଓ ଅନ୍ୟ ଜଣଙ୍କୁ  ସଂଗରେ ଧରି ବାଇକରେ ଗାଁ ରୁ ଡାକ୍ତର ଖାନାକୁ ଯାଉଥିବା ବେଳେ ଅପର ପଟୁ ଆସୁଥିବା ଏକ ବାଇକ ସାମ୍ନା ପଟରୁ ଧକ୍କା ମାରିବାରୁ ଏହି ଦୁର୍ଘଟଣା ହେଇଥିଲା । ଘଟଣା ସ୍ଥଳରେ ଇନ୍ଦ୍ରମଣି ଙ୍କର ସ୍ତ୍ରୀ ବସନ୍ତି ଭୋଇ (22)ଙ୍କର ମୃତ୍ୟୁ ହେଇଯାଇଥିବା ଜଣା ପଡ଼ିଛି । ଏଠାରେ ସୂଚନାଯୋଗ୍ୟ ଯେ ବସନ୍ତି ଗର୍ଭବତୀ ଥିଲେ ଓ ଇନ୍ଦ୍ରମଣି ନିଜର ସ୍ତ୍ରୀକୁ ଚିକିତ୍ସା ପାଇଁ ଡାକ୍ତର ଖାନା ଯାଉଥିଲେ । ଏପଟେ ଅହତମାନଙ୍କର ଚିକିତ୍ସା କରାଇବା ସହିତ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣାର ତଦନ୍ତ କରିଥିଲେ | 

0
0
0
s2sdefault