ହେଡଲାଇନସ୍:

 ସନ୍ଦେହ ଘେରରେ ଯୁବକଙ୍କ ମୃତୁ ଘଟଣା: ତ୍ୱରିତ ଘଟଣାର ଖୁଲାସା ପାଇଁ ଦାବୀ କଲେ ଗ୍ରାମବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ)

ମେଲଛାମୁଣ୍ଡା ପୁଲିସ ସନିବାର ଭୋରରୁ ଖବର ପାଇ ବାଟର୍ତେମା ସ୍କୁଲ ସମ୍ମୁଖ ରାଜ ରାସ୍ତା ଉପରୁ ଏକ ଖପୁରି ବିହୀନ ଶବ ସହ ଏକ ବାଇକ ଜବତ କରିଥିଲା । ବାଇକଟିକୁ ଶବଠାରୁ ୧୦୦ ମିଟର ଦୁରରେ ଠାବ କରିଥିଲା । ଖୋଜ ଖବର କରିବାରୁ ଶବଟି ଏହି ଥାନା ଅର୍ନ୍ତଗତ ର୍କେମେଲି ଗ୍ରାମର ବାବୁଲାଲ ସାହୁଙ୍କ ଏକ ମାତ୍ର ପୁଅ ଶିବାଜୀ ସାହୁ ବୋଲି ଜାଣି ପାରିବା ସହ ପୋଷ୍ଟମର୍ଟମ  ପାଇଁ ପଦ୍ମପୁର ପଠାଇ ଘଟଣାର ତଦନ୍ତ କରିଥିଲା । ପରିବାର ବର୍ଗ ଖବର ପାଇ ମୃତ ଯୁବକଙ୍କର ବାପା ମେଲଛାମୁଣ୍ଡା ଥାନାକୁ ଆସି ତାଙ୍କ ପୁଅକୁ କେର୍ମେଲି ଗ୍ରାମର ବିଶ୍ୱ ଖରସାଲ ଏବଂ ଟିକୁ ନାଏକ ହତ୍ୟା କରି ପକାଇଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ନୂତନ ଭାବେ ଥାନାଧିକାରୀ ଭାବେ ଯୋଗ ଦେଇଥିବା ଏସଆଇ ସପ୍ନାରାଣୀ ଗୋଛାୟତ ଥାନା କେସ ନଂ ୨୦/୧୯ ଦଫା ୩୦୨, ୩୪ ଆପିସିରେ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି । ଘଟଣାରେ ଆହତ ହୋଇଥିବା ଅନ୍ୟ ଯୁବକ ବିଶ୍ୱ ଖୁରସାଲକୁ ଅଟକ ରଖି ପଚରା ଉଚରା କରୁଛନ୍ତି । ଶବଟି ଗ୍ରାମରେ ପହଂଚିବା ପରେ ଉତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀ ରୁଣ୍ଡ ହୋଇ ସନିବାର ସଂଧ୍ୟାରେ ମେଲଛାମୁଣ୍ଡା ଥାନାକୁ ଆସି ଘଟଣାର ତ୍ୱରିତ ଖୁଲାସା କରିବା ସହ ଦୋଷୀ ମାନଙ୍କୁ ଦଣ୍ଡ ପ୍ରଦାନ ପାଇଁ ଅଡି ବସିଥିଲେ । ଥାନାଧିକାରୀ ଗୋଛାୟତ ପୁଲିସ ଉପରେ ବିଶ୍ୱାସ ରଖିବା ସହ ତଦନ୍ତରେ ସହଯୋଗ କରିବା ପାଇଁ ପରାମର୍ଶ ଦେବା ପରେ ଥାନା ସମ୍ମୁଖରେ ଅଡି ବସିଥିବା ଲୋକେ ଉଠିଥିଲେ । ପ୍ରକାଶ ଯୋଗ୍ୟ ଯେ କେର୍ମେଲି ଗ୍ରାମର ଟିକୁ ନାଏକର ବେଲଡ଼ିଙ୍ଗ ଦୋକାନରେ  ବିଶ୍ୱ ଖରସେଲ ଏବଂ ଶିବାଜୀ ସାହୁ କାମ କରନ୍ତି । ଶୁକ୍ରବାର ସଂଧ୍ୟାରେ ଉଭୟ ବିଶ୍ୱ ଏବଂ ଶିବାଜୀ ମିଶି ଏକ ବାଇକରେ ଟିକୁକୁ ବରଗଡ ନେଇକି ଛାଡିବା ପରେ ଫେରିବା ପରେ ଏହି ଘଟଣାଟି ଘଟିଥିଲା । ଘଟଣାଟି ହତ୍ୟା କି ଦୁର୍ଘଟଣା ତାହା ରହସ୍ୟ ମୟ ହୋଇ ରହିଥିବା ବେଳେ ଅଂଚଳରେ ଘଟଣାକୁ ନେଇ ନାନା ପ୍ରକାର ଚର୍ଚ୍ଚା ହେଉଛି ।

0
0
0
s2sdefault