ହେଡଲାଇନସ୍:

ବଡ଼ବିଲ: ଚୋରି ବଲେରୋକୁ କାଟି ବିକି ଦେଇଥିଲେ  ଦୁର୍ବୁତ୍ତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

  ପିକଅପ ଭ୍ୟାନ ଓ ସ୍କୁଟି ସହ ବଲେରୋ ଭଗ୍ନାଂଶକୁ ଜବତ କଲା ବଡ଼ବିଲ ପୋଲିସ

ବଡ଼ବିଲ (ଚିତ୍ତରଞ୍ଜନ କର): ଗତକାଲି ବଡ଼ବିଲ ମେନ ରୋଡ଼ ସ୍ଥିତ ଆଲହାବାଦ ବ୍ୟାଙ୍କରୁ ଡକାୟତି ଉଦ୍ୟମ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଏକ ବଲେରୋ ଚୋରି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ। ଘଟଣାରୁ ପ୍ରକାଶ ଯେ, ଗତ ୩୧.୧୨.୨୦୧୮ ତାରିଖ ରାତି ପ୍ରାୟ ୩ଟା ସମୟରେ ବଡ଼ବିଲ ଟପନୋ ହଟିଂରେ ରହୁଥିବା ମନୋଜ ମାଝିଙ୍କ ଘର ସମ୍ନାରୁ OR 05 AE 6575 ନମ୍ବର ବିଶିଷ୍ଟ ଲାଲ ରଙ୍ଗର ବଲେରୋ ଚୋରି ହୋଇଥିଲା। ଏ ନେଇ ମନୋଜ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେଶ ନଂ 38/2019 IPC 379 ଧାରାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ବଡ଼ବିଲ ଥାନାଧିକାରୀ ଅନିଲ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ତଦନ୍ତକାରୀ ଅଫିସର ବୁଧିରାମ ସୟ ଅନୁସନ୍ଧାନ କରି ରାଇରଙ୍ଗପୁର ନିକଟସ୍ଥ ଭାଲୁବସାରୁ ଖଣ୍ଡ ଖଣ୍ଡ ଅବସ୍ଥାରେ ବଲେରୋଟିର ଭଗ୍ନାଂଶକୁ ଜବତ କରିବା ସହ ସମ୍ପୃକ୍ତ ୪ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିଥିଲେ। ପ୍ରଥମେ ବଡ଼ବିଲ ବରକତ ନଗରରେ ରହୁଥିବା  ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳର ନେହାଲ ଓରଫ ଏମ ଡି ରାଜା ଧରା ପଡିବା ପରେ ସେ ବଲେରୋକୁ ରାଇରଙ୍ଗପୁର ଅଞ୍ଚଳର ଏମ ଡି ମୁଜାହିଦକୁ ୪୦ ହଜାର ଟଙ୍କାରେ ବିକ୍ରି କରିଥିବାର ସ୍ୱୀକାର କରିଥିଲା। ଏମ ଡି ମୁଜାହିଦ ବଲେରୋଟିକୁ ଏମ ଡି ନୌସାଦକୁ ବିକ୍ରି କରିଥିଲା ଓ ଏମ ଡି ଆସିକ ବଲେରୋକୁ ଖଣ୍ଡ ଖଣ୍ଡ କରି କାଟିଥିବାର ଜଣାପଡିଛି। ପୋଲିସ ଚୋରିରେ ସମ୍ପୃକ୍ତ ଏକ ପିକ ଅପ ଭ୍ୟାନ, ଏକ ସ୍କୁଟିକୁ ମଧ୍ୟ ଜବତ କରିଛି।

0
0
0
s2sdefault