ହେଡଲାଇନସ୍:

ଦୁର୍ଘଟଣାରେ ଓଡଗାଁ କଲେଜର କର୍ମଚାରୀଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ( ଶ୍ରୀକାନ୍ତ କୁମାର ମିଶ୍ର )

ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟର ଅଣଶିକ୍ଷକ କର୍ମଚାରୀ ରବିନ୍ଦ୍ରନାଥ ରାଉତ(୫୭)ଙ୍କର ଦୁର୍ଘଟଣା ଯୋଗୁ ମୃତ୍ୟୁ ଘଟିଥିବାରୁ କଲେଜରେ କିଛି ସମୟ ପାଇଁ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକଙ୍କ ସହିତ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମାନେ ତାଙ୍କ ଆତ୍ମାର ସଦଗତି ପାଇଁ ୨ମି. ନୀରବ  ପ୍ରାର୍ଥନା କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଏଠାରେ ସୂଚନାଯୋଗ୍ୟଯେ ଜାନୁୟାରୀ ୧୬ ତାରିଖ  ସକାଳ ୮ଟା ସମୟରେ ସାଇକେଲରେ ଗାଈ ପାଇଁ ତୋରାଣୀ ନେଇ କଲେଜ ନିକଟରେ ରାସ୍ତା ଅତିକ୍ରମ କରୁଥିବା ସମୟରେ ଦୃତ ଗତିରେ ଆସୁଥିବା ଏକ ସ୍କୁଟି ତାଙ୍କୁ ପଛ ପାଖରୁ ଧକା ଦେଇଥିଲା । ସେହିଦିନ ଠାରୁ ଗୁରୁତର ଅବସ୍ଥାରେ ଏମ୍ସରେ ରବିନ୍ଦ୍ରଙ୍କର ଚିକିତ୍ସା ଚାଲିଥିବା ବେଳେ ଗୁରୁବାର  ସକାଳ ୯ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଓଡଗାଁ ଥାନାରେ ଏ ନେଇ ୧୩/୧୯ରେ ମାମଲା ରୁଜୁ ହୋଇଥିବା ବେଳେ ସ୍କୁଟି ଜବତ ହୋଇଛି । ଏବଂ ଚାଳକ ଓଡଗାଁର ଶିବ ନାୟକ(୧୮) କୋର୍ଟରେ ଆତ୍ମ ସମର୍ପଣ ପରେ ଜାମିନରେ ଆସିଥିବା ଜଣା ଯାଇଛି । 

0
0
0
s2sdefault