ହେଡଲାଇନସ୍:

ଜନପ୍ରତିନିଧି କେବଳ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି : ରାଜୁ ଘିବେଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧୂମାଭଟା ଛକ ଠାରେ ହିସାବ ମାଗୁଛି ଜନତା କାର୍ଯ୍ୟକ୍ରମ

ବରଗଡ଼/ନୀଳ ଦୀପ : ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ନେତା ମାନେ ନିଜର ସମର୍ଥକ ମାନଙ୍କୁ ନେଇ ନିଜ ନିଜ ନିର୍ବାଚନ ମଣ୍ଡଳିରେ ବିଭିନ୍ନ କର୍ମୀ ସମ୍ମିଳନୀ ତଥା ଜନସମ୍ପର୍କ ମାନ କରୁଛନ୍ତି  । ସେହିକ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ନିଜକୁ ସ୍ୱାଧିନ ବିଧାୟକ ପ୍ରାର୍ଥୀଭାବେ ଘୋଷଣା କରିଥିବା ରାଜୁ ଘିବେଲା ପାଇକମାଲ ବ୍ଲକ ଧୂମାଭଟା ଛକ ଠାରେ ହିସାବ ମାଗୁଛି ଜନତା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି ସଭାରେ ପାଇକମାଲ ବ୍ଲକର ହଜାର ହଜାର ଜନସମାଗମ ହୋଇଥିଲା  । ଏହି ସଭାରେ ଆସିଥିବା ଅଂଚଳବାସୀ ମାନେ ନିଜ  ନିଜ ଗ୍ରାମର ବିଭିନ୍ନ ସମସ୍ୟା ମାନ ଉପସ୍ଥାପନ କରିଥିଲେ । ଏହି ଅଂଚଲରୁ ନିର୍ବାଚିତ ହୋଇଥିବା ଜନପ୍ରତିନିଧି କେବଳ ସାଧାରଣ ଜନତାଙ୍କୁ ଶୋଷଣ କରୁଥିବା ତଥା ଲଖମରା ଅଂଚଳର ଡ୍ୟାମ ସମସ୍ୟାକୁ ନେଇ ରାଜନିତି କରି ବିକାଶରେ ବାଧା ଦେଉଥିବା ରାଜୁ  ଘିବେଲା ନିଜ ଅଭିଭାଷଣରେ ପ୍ରକାଶ କରିଥିଲା ଓ ସେ ବିଜୟୀ ହେଲେ ଅଂଚଳର ଜନସାଧାରଣଙ୍କ ଦୁଃଖ ସୁଖରେ ସହଭାଗୀ ହେବେ ବୋଲି ପ୍ରକାଶ କରିଥିଲେ ।

 

0
0
0
s2sdefault