ହେଡଲାଇନସ୍:

ଟ୍ରେନ ଲାଇନ ଦୋହରୀକରଣ, ବ୍ଲାଷ୍ଟିଂ ପଥର ଛିଟକାରେ ଜଣେ ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ କୁମାର ପୁରୋହିତ) : ନୂଆପଡ଼ା ଜିଲ୍ଲା ଲଖନା ଥାନା ମୁରଲିବାହାଲି ଗାଁ ନିକଟରେ ଟ୍ରେନ ଲାଇନ ଦୋହରୀ କରଣରେ ବ୍ଲାଷ୍ଟିଂ ପଥରରେ ଜଣ ବାଟୋଇ ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣକ ହେଲେ ଲଖନାର ଅବଦୁଲ୍ଲା ହୁସେନ(୩୬) । 

  ଆଜି ଅପରାହ୍ନରେ ଅବଦୁଲ୍ଲା ନିଜ ମୋଟର ସାଇକେଲରେ ଡେଡେଙ୍ଗାକୁ କୋଣସି କାମରେ ଯାଉଥିଲେ । ମୁରଲିବାହାଲି ନିକଟରେ ରେଲୱେ ଲାଇନ ନିକଟରେ ଏ.ଆର.ଏସ.ଏସ ନାମକ ଏକ ଠିକା କମ୍ପାନୀ ରେଲୱେ ଦୋହରୀ କରଣ କାମ ସମ୍ପାଦନା କରୁଛି । ଫାଟକ ନିକଟରେ ସମ୍ପୃକ୍ତ କମ୍ପାନୀ ତରଫରୁ ପଥର ବ୍ଲାଷ୍ଟିଂ ଚାଳିଥିଲା । ପଥର ଖଣ୍ଡ ଛିଟକୁ ଥିବାରୁ ଅବଦୁଲ୍ଲା ରାସ୍ତାରେ ଯାଇନପାରି ଅଟକି ଯାଇଥିଲେ । ପରେ ପଥର ଖଣ୍ଡ ଅଧିକ ଛିଟିକିବାରୁ ମୋଟର ସାଇକେଲକୁ ରାସ୍ତାରେ ଛାଡି ଦେଇ ଏକ ଗଛମୁଳରେ ଲୁଚିଥିଲେ । ଏହି ସମୟରେ ଏକ ଧାରୁଆ ପଥର ଖଣ୍ଡ ଛିଟିକି ଆସି ବାମ ହାତରେ ଲାଗି ଯାଇଥିଲା । ହାତରେ ବହୁ ରକ୍ତ ଶ୍ରାବ ହେବାରୁ ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ହାତରେ ୧୭ଟି ଷ୍ଟିଚ ଲାଗିଥିବା ଡାକ୍ତର କହିଛନ୍ତି । ଏବେ ଅବଦୁଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ବେଆଇନ ଭାବେ ଲୋକଙ୍କୁ ବିନା ସଚେତନତା କରି ରାସ୍ତା ପାଶ୍ୱରେ ସମ୍ପୃକ୍ତ କମ୍ପାନୀ କର୍ମଚାରୀ ପଥର ବ୍ଲାଷ୍ଟିଂ କରୁଛନ୍ତି । ଫଳରେ ଏହି ମୁଖ୍ୟ ରାସ୍ତାରେ ଲୋକଙ୍କ ପ୍ରତି ବିପଦ ପୂର୍ଣ୍ଣ ହୋଇ ରହୁଛି । ପଥର ବ୍ଲାଷ୍ଟିଂ ସମୟରେ ରାସ୍ତାକୁ ଦୁଇ ପାଶ୍ୱରେ ବନ୍ଦ କରି ଲୋକଙ୍କୁ ସଚେତନତା କରିବା କଥା । ଏନେଇ ଅଞ୍ଚଳବାସୀ ସମ୍ପୃକ୍ତ କମ୍ପାନୀକୁ ବାରମ୍ବାର ଅଭିଯୋଗ କରିଥିଲେ ବି ଲୋକଙ୍କ କଥାକୁ ଭୁକ୍ଷେପ କରୁନାହିଁ । କମ୍ପାନୀ କର୍ତୃପକ୍ଷ  ଜୋର ଜଦରଦସ୍ତି ଲୋକଙ୍କୁ ଅସୁରକ୍ଷିତ କରି କାମ କରୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଥିରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ସମ୍ପୃକ୍ତ କମ୍ପାନୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ସନ୍ଧ୍ୟାରେ ଲଖନା ଥାନାରେ ଗୁରୁତର ଆହତଙ୍କ ତରଫରୁ ସମ୍ପୃକ୍ତ କମ୍ପାନୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । 

0
0
0
s2sdefault