ଝାରସୁଗୁଡା(ବିକ୍ରମ ମହାପାତ୍ର) :ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରରେ ଜଣେ କଲେଜ ଛାତ୍ରୀ କୁରକୁରେ ଖାଉଥିବା ବେଳେ ତଂଟିରେ ଲାଗି ଜଣେ କଲେଜ ଛାତ୍ରୀଙ୍କ ଦୁଃଖଦ ମୃତ୍ୟୁ ହୋଇଯାଇଛି । ବେଲପାହାଡ଼ ଫାଟକରେ ରହୁଥିବା ସରୋଜ କୁମାର ରାୟଙ୍କ ୧୬ ବର୍ଷିୟ ଝିଅ ତଥା ବ୍ରଜରାଜନଗର କଲେଜରେ ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ସୁଚିତ୍ରା ରାୟ ଆଜି ଅପରାହ୍ନ ଶାଢ଼େ ୪ ଟା ସମୟରେ ଘରେ ଖଟରେ ଶୋଇ ମୋବାଇଲରେ ଭିଡ଼ିଓ ଦେଖି ଦେଖି କୁରକୁରେ ଖାଉଥିବା ସମୟରେ ହଠାତ କୁରକୁରେ ସୁଚିତ୍ରାଙ୍କ ତଣ୍ଡିରେ ଲାଗିଯାଇଥିଲା । ଅଚେତ ଅବସ୍ଥାରେ ପରିବାର ଲୋକେ ବେଲପାହାଡ଼ସ୍ଥ ଟିଆରଏଲ ହସପିଟାଲକୁ ନେଇଯାଇଥିବାବେଳେ ଡ଼ାକ୍ତର ସୁଚିତ୍ରାଙ୍କୁ ମୃତ ଘୋଷଣା କରିଥିଲେ
ଅଘଟଣ
କୁରକୁରେ ଖାଉଥିବା ବେଳେ ତଂଟିରେ ଲାଗି କଲେଜ ଛତ୍ରୀଙ୍କ ମୃତ୍ୟୁ
- Hits: 1174
