ହେଡଲାଇନସ୍:

ଓଃ...ଛି ଛି ଛି ....କଣ ଚାଲିଛି ଏ ସବୁ !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁଣି ଆଶ୍ରମ ବିଦ୍ୟାଳୟର ଛାତ୍ରୀ ଗର୍ଭବତୀ, ପ୍ରଧାନ ଶିକ୍ଷକ ଦେଲେ ଅଭିଯୋଗ 

ବାରିପଦା(ଦିଲ୍ଲୀପ ମହାନ୍ତି)- ଫେବୃଆରୀ ୪ରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଂଚଳରେ ଥିବା ଏକ ଆଶ୍ରମ ବିଦ୍ୟାଳୟରେ ଷଷ୍ଠ  ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀ ଅନ୍ତସତ୍ୱା ହୋଇଥିବା ଘଟଣାକୁ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଥାନାରେ ଅଭିଯୋଗ କରିବା ଘଟଣାକୁ ୫ ଦିନ ନ ପୁରୁଣୁ ପୁଣି ଉଦଳା ଥାନା ଅଞ୍ଚଳର ଏକ ଆଶ୍ରମ ବିଦ୍ୟାଳୟରେ ନବମ ଶ୍ରେଣୀର ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବାର ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ପକ୍ଷରୁ ଉଦଳା ଥାନାରେ ଲିଖିତ ଅଭିଯୋଗ ହୋଇଥିବାର ସୂଚନା ମିଳିଛି । ଯାହା ମୟୂରଭଞ୍ଜ ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଯାଇଛି ଏବଂ ଏହା ପରବର୍ତ୍ତି ସମୟରେ ରାଜନୈତିକ ପାଣିପାଗକୁ ସରଗରମ କରିବାର ସମ୍ଭାବନା ସୃଷ୍ଟି କରାଇଛି । ତେବେ ଆଶ୍ରମ ବିଦ୍ୟାଳୟରେ ଏହି ଛାତ୍ରୀ ଗର୍ଭବତୀ ହେବାର ଅଭିଯୋଗ ବିଦ୍ୟାଳୟର ଛାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାରେ ରହିଥିବା ବିଶାଳ ଛିଦ୍ର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ  କରାଇଛି । 

   ଉଦଳା ଥାନା ଅଧିକାରୀ ସନାତନ ସାହୁଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ (ଶାଳଖୁଣ୍ଟା)ଏକ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ପକ୍ଷରୁ ଆଜି ଥାନାରେ ଲିଖିତ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିଲା; ଯେଉଁଥିରେ ତାଙ୍କ ଆଶ୍ରମ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ନବମ ଶ୍ରେଣୀର ଜନୈକ ଛାତ୍ରୀ ଗତ ଡ଼ିସେମ୍ବର ମାସ ଛୁଟିରେ ଛାତ୍ରୀ ଜଣକ ଘରକୁ ଯାଇ ଜାନୁଆରୀରେ ଛୁଟି ଖୋଲିବା ପରେ ଘରୁ ଫେରି ଆସିଥିଲା । ଏହାପରେ ସେ ଅନ୍ତସତ୍ୱା ହୋଇଥିବାର ଜଣାପଡ଼ିଲା ବୋଲି ଉଲ୍ଲେଖ ରହିଥିଲା । ତେଣୁ, ପ୍ରଧାନଶିକ୍ଷକଙ୍କ ଅଭିଯୋଗ ପରେ ପୁଲିସ ପକ୍ଷରୁ ଥାନାରେ କେଶ ନଂ ୧୨/୨୦୧୯ରେ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରାଯାଇଛି ଏବଂ ପିଡ଼ିତା ନାବାଳିକା ଛାତ୍ରୀଙ୍କୁ ଡ଼ାକ୍ତରୀ ପରୀକ୍ଷା ନିମନ୍ତେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ମେଡ଼ିକାଲ ରିପୋର୍ଟ ଆସିବା ପରେ ପ୍ରକୃତରେ ଗର୍ଭବତୀ ହୋଇଛନ୍ତି କି ନାହିଁ ତାହା ଜଣାପଡ଼ିବ । ଏଥି ସହିତ ପିଡ଼ିତାର ବୟାନକୁ ରେକଡର଼୍ କରାଯିବା ପରେ ଅଭିଯୁକ୍ତ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀସାହୁ କହିଥିଲେ । ପ୍ରକାଶ ଥାଉକି, ଗତ ଫେକବୃଆରୀ ୪ରେ ମୋରଡ଼ା ଥାନା ଅଞ୍ଚଳ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣାକୁ ନେଇ ମୋରଡ଼ା ଥାନାରେ ୧୦ /୨୦୧୯ରେ ମାମଲା ରୁଜୁ ହେବା ସହିତ ଉକ୍ତ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଏକ ନାବାଳକକୁ ଥାନା ଅଧିକାରୀ ଯୋଗେନ୍ଦ୍ର ମଲ୍ଲିକ ଆଣି ଥାନାରେ ଅଟକ ରଖିଛି ପଚରାଉଚରା ଚଳାଇଛନ୍ତି । ଓଡ଼ିଶାର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗିବାଡ଼ି ଆଶ୍ରମ ବିଦ୍ୟାଳୟରେ ନାବାଳିକା ଛାତ୍ରୀ ସନ୍ତାନ ପ୍ରସବ ଓ ନବଜାତ ଶିଶୁର ମୃତୁ୍ୟ ଘଟଣାକୁ ବିରୋଧୀ ଏକ ଇସୁ୍ୟ କରି ସମଗ୍ର ରାଜ୍ୟରେ ତୁମ୍ବିତୋଫାନ ଛିଡ଼ା କରାଇ ଦେଇଥିଲା । ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାରେ ଗୋଟାଏ ମାସରେ ଏହି ଦୁଇଟି ଘଟଣାକୁ ନେଇ ବିରୋଧୀ କେଉଁ ପ୍ରକାରର ରାଜନୈତିକ ଗୋଟି ଚାଳନା କରିବ ତାହା ପରବର୍ତ୍ତି ସମୟରେ ଜଣାପଡ଼ିଯିବ । ତେବେ ଏହି ଦୁଇ ଘଟଣାରେ ପିଡ଼ିତାର ପରିବାର ପକ୍ଷରୁ ଶିକ୍ଷା ବିଭାଗକୁ ସମ୍ପୂର୍ଣ୍ଣ ଭାବେ ଉତ୍ତରଦାୟୀ କରିଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ଏବିଷୟରେ ମିଡ଼ିଆ ସମ୍ମୁଖୀନ ହେବାକୁ ଭୟ କରୁଛନ୍ତି  । ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କର ମୋବାଇଲ ନଂ ୯୪୩୭୭୪୧୮୫୯ରେ ବାରମ୍ବାର ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ମୋବାଇଲ ଉଠାଇ ନଥିଲେ । ତେବେ ନିଜର ମୁଣ୍ଡରୁ ଅଠା ଖସାଇବା ପାଇଁ ମୋରଡ଼ା ଓ ଉଦଳା ଅଞ୍ଚଳର ଏହି ଦୁଇ ଆଶ୍ରମ ବିଦ୍ୟାଳୟର ଛାତ୍ରୀନିବାସ  ମାଟ୍ରନଙ୍କୁ କାର୍ଯ୍ୟରୁ ଅନ୍ତର ଓ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳିର ଆଦେଶ ନାମା ଜାରି କରିଥିବାର ଜଣାପଡ଼ିଛି । ତେବେ ମୋରଡ଼ା ବ୍ଲକର ଏକ ଆଦିବାସୀ ଛାତ୍ରୀନିବାସରେ ଜନୈକ ଛାତ୍ରୀ ଗତ ବର୍ଷ ଗର୍ଭବତୀ ହୋଇ ସନ୍ତାନ ଜନ୍ମ ଦେଇଥିବାର ନଜିର ରହିଥିଲେ ମଧ୍ୟ ଅଦ୍ୟାବଧି ଉକ୍ତ ଘଟଣା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ  ଗୃହୀତ ହୋଇପାରି ନାହିଁ । 

 

0
0
0
s2sdefault