ସୁନ୍ଦରଗଡ଼ (ହୋରାଚାନ୍ଦ ଦେଉରିଆ ) ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ପାଇଁ ପ୍ରଥମ ଥର ପାଇଁ ଘଟିଛି ସିରିଜ ଦୁର୍ଘଟଣା, ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ନିକଟସ୍ଥ ଗଡ଼ପୋଷ ଛକ ନିକଟରେ ,ଘନ କୁହୁଡି ଯୋଗୁ କିଛି ଜଣା ନ ପଡୁଥିବା ବସ, ଟ୍ରକ, ଟେମ୍ପୁ ମିଶି୧୧ଟି ଗାଡ଼ି ଲାଗି ଲାଗି ଧାଡିରେ ପିଟି ହୋଇଯାଇଛନ୍ତି | ରାଜରାସ୍ତା ପୁରା ପୁରି ଜାମ ହୋଇଯାଇଥିଲା | ଖବର ପାଇ ସୁନ୍ଦରଗଡ଼ ଆରଟିଓ ଓ ଏମ୍ଭିଆଇ ଘଟଣା ସ୍ଥଳରେ ପହଂଚି ଥିଲେ | ଉଭୟ ପଟୁ ରାସ୍ତାକୁ ପୋଲିସ ଦ୍ୱାରା ସିଲ କରାଯାଇ ଗାଡି ଚଳପ୍ରଚଳ ବନ୍ଦ ରଖାଯାଇଥିଲା | ଘଟଣା ସ୍ଥଳରେ ପୋଲିସ ମଧ୍ୟ ମୁତୟନ ହୋଇ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ | ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଏପରି ଦୁର୍ଘଟଣା ଘଟିଛି | ଦୁର୍ଘଟଣା ରେ ୨ଜଣ ଗୁରୁତର ଥିବା ବେଳେ ଜଣକର ମୃତ୍ୟୁ ହୋଇଛି |
ଅଘଟଣ
ସିରିଜ ଦୁର୍ଘଟଣା ଘଟାଇଲା ଘନ କୁହୁଡି, ଧାଡିରେ ପିଟି ହୋଇଗଲେ ୧୧ ଗାଡି
- Hits: 539
