ହେଡଲାଇନସ୍:

କୁଅରୁ ଯୁବକଙ୍କ ମୃତ ଦେହ ଉଦ୍ଧାର :ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା/ଅମିତ କୁମାର ପୁରୋହିତ : ସଦର ଥାନା ମାଉଲିଭଟା ମଦଭାଟି ନିକଟ ଏକ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ପାୱାରତୋଲା ଗାଁର ଭରତ ରାଉତ(୪୦) । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହ  ଘେରରେ ରହିଛି । ଏନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସଦର ଥାନା ପାୱାରତୋଲା ଗାଁର ଭରତ ପୂର୍ବରୁ ମାଉଲିଭଟା ମଦ ଭାଟିରେ କାମ କରୁଥିଲେ । ବର୍ଷେ ହେଲା ମଦ ଭାଟିରେ କାମ ଛାଡି ଖରିଆରରୋଡ଼ ସହରରେ ରହୁଥିଲେ । ଗତକାଲି ଭରତ ମାଉଲିଭାଟା ଭାଟିକୁ ଆସିଥିଲେ । ଭାଟି ନିକଟ କୂଅର ଚାନ୍ଦୀନି ଉପରେ କିଛି ଖାଉଥିବା ସମୟରେ ହଠାତ କୁଅ ଭିତରେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ଭରତ ଙ୍କୁ ଉଦ୍ଧାର କରିବା ସମୟରେ ଲୋକ ଭରତଙ୍କ ମୃତ୍ୟୁ ହୋଇଥିଲା । ଆଜି  ସକାଳେ ପୁଲିସ ଖବର ପାଇଁ  ଘଟଣା ସ୍ଥଳକୁ ଯାଇ ଶବ ଜବତ କରି ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ଭରତ କିପରି କୂଅରେ ପଡିଲେ ତାହା ସନ୍ଦେହ ଘେରରେ ରହିଛି । ଭରତ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ଜାଣିବୁଝି କୁଅରେ ଫିଙ୍ଗି ହତ୍ୟା କରାଯାଇଛି ତାହ ସ୍ପଷ୍ଟ ଜଣା ପଡିନାହିଁ । ଘଟଣାର ତଦନ୍ତ ଚାଳିଛି ଓ ଖୁବ ଶିଘ୍ର ସତ୍ୟସତ୍ୟ ଜଣା ପଡିବ ବୋଲି ଆଇଆଇସି ବିବେକାନନ୍ଦ ମହନ୍ତ କହିଛନ୍ତି । 

0
0
0
s2sdefault