ହେଡଲାଇନସ୍:

ଚାଲମୁଣ୍ଡା ଡକାୟତି ଘଟଣା, ୪ ଡକାୟତ ଗିରଫ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା,(ଅମିତ କୁମାର ପୁରୋହିତ): ନୂଆପଡ଼ା ଜିଲ୍ଲା ଜୋଙ୍କ ପୁଲିସକୁ ଏକ ବଡ ସଫଳତା ମିଳିଛି । ଆଜି ଚାଲମୁଣ୍ଡା ଡକାୟତି ଘଟଣାର ପର୍ଦ୍ଧାଫାସ କରି ୪ ଜଣ ଡକାୟତଙ୍କୁ ଗୀରଫ କରି ବଜାଜ ପଲସର ଗାଡି, ଦୁଇଟି ମୋବାଇଲକୁ ଜବତ କରିଛି । ଗୀରଫ ଡକାୟତମାନେ ହେଲେ ଖରିଆରରୋଡ ସହରର ପିଏଚ୍ଡିପଡାର ଛୋଟୁ ରାଉତ (୧୯), ହେମସାଗର ଦାସ(୨୧), ସୁରଜ ୟାଦବ(୧୯) ଓ ବନକାର ସତ୍ୟନାରାୟଣ ବିଭାର(୧୯) । ଗତ ୩ ତାରିଖ ଦିନ କୁଲିହାବନ୍ଧା ପଞ୍ଚାୟତ ବୋଥା ଗାଁର ବ୍ରିଜ ଦାସ ପେନକା(୪୨) ନୂଆପଡ଼ାରେ ପାଠପଢୁ ଥିବା ନିଜ ପୁଅ ଝିଅଙ୍କୁ ଦେଖିବାକୁ ଆସିଥିଲେ । ସନ୍ଧ୍ୟାରେ ଖରିଆରରୋଡ ସହରରେ କିଛି ସାମାନ କିଣି ଘରକୁ ଫେରୁଥିଲେ । ରାତି ପ୍ରାୟ ସାଢେ ୮ଟା ସମୟରେ ଚାଲମୁଣ୍ଡା ନିକଟ ଗୋଶାଲା ଛକରେ ୪ ଜଣ ଦୁବୁର୍ତ୍ତ ବ୍ରିଜଙ୍କୁ ଅଟକାଇ ଥିଲେ । ହଠାତ ବ୍ରିଜଙ୍କ ଉପରେ ଆକ୍ରମଣ କରି ମାଡ ମାରି ଦୁଇଟି ମୋବାଇଲ, କିଛି ଟଙ୍କା ଛାଡାଇ ନେଇଥିଲେ । ତାପରେ ଜୀବନରେ ମାରି ଦେବାକୁ ଧମକ ଦେଇ ବାଇକ(ଓଡି ୨୬ ୩୧୦୪)କୁ ଛଡାଇ ନେଇଥିଲେ । ବ୍ରିଜ ବହୁ କଷ୍ଟରେ ଜୀବନ ବଞ୍ଚାଇ ରାତିରେ ଘରକୁ ଫେରିଥିଲେ । ସକାଳେ ଜୋଙ୍କ ଥାନାରେ ଏତଲା ଦେଇଥିଲେ । ଜୋଙ୍କ ଆଇଆଇସି ଯୁଗଲ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଘଟଣାର ତଦନ୍ତ କରିଥିଲା । ଗତ କାଳି ସନ୍ଧ୍ୟାରେ ମୋବାଇଲ ଫୋନରୁ କଲଟ୍ରେସ କରି ତଦନ୍ତ ଆରମ୍ଭ କରି ସହରର ୨୦ ଜଣ ଯୁବକଙ୍କୁ ଉଠାଇ ଛାନଭିନ ଚଳାଇଥିଲା । ଆଜି ସହର ପିଏଚଡିପଡାର ଛୋଟୁ, ହେମସାଗର, ସୁରଜ ଓ ବନକାର ସତ୍ୟନାରାୟଣ ଘଟଣାରେ ସମ୍ପୃକ୍ତି ରହିଥିବା ସ୍ୱାକାର କରିଥିବା ପୁଲିସ କହିଛି । ଘଟଣାର ୫ ଦିନ ଭିତରେ ଘଟଣାର ପର୍ଦ୍ଦାଫାଶ କରି ଏକ ବଡ ସଫଳତା ପାଇଛି । ସନ୍ଧ୍ୟାରେ ୪ ଜଣ ଡକାୟତଙ୍କୁ କୋର୍ଟ ଚାଳାଣ କରିଥିବା ଆଇଆଇସି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି । 

 

0
0
0
s2sdefault