ହେଡଲାଇନସ୍:

ମାଓ କ୍ୟାମ୍ପ ଠାବ ବହୁ ମାଓ ସାମଗ୍ରୀ ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା/ଅମିତ କୁମାର ପୁରୋହିତ : ବହୁ ଦିନର ବ୍ୟବଧାନ ପରେ ନୂଆପଡା ଜିଲ୍ଲା ପୋଲିସକୁ ଏକ ବଡ ସଫଳତା ମିଳିଛି । ଆସନ୍ତା ସାଧାରଣ ନର୍ବାଚନକୁ ଦୃଷ୍ଟିରେ ରଖି  ଏସ୍.ପି ସ୍ମିତ ପି ପରମାର ଙ୍କ ତତ୍ୱାବଧାନରେ ଜିଲ୍ଲା ପୋଲିସ ତରଫରୁ ସୁନାବେଡା ଅଭୟାରାଣ୍ୟ ର ପାଟଦର୍ହା ସରଂକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିଲା । ଗତ ୧ ତାରିଖରେ କମ୍ବିଂ ଅପରେସନ ରେ  ୬ ଟି ଏସ୍.ଓ.ଜି ଟିମ ନିୟୋଜିତ ହୋଇଥିଲେ । ବୋଡେନ ଥାନା କାଟଫାର ଗାଁ ନିକଟ  ଘଂଚ ଜଙ୍ଗଲ ଭିତରେ  ମୈନପୁର - ନୂଆପଡା ଡିିଭିଜନର ମାଓବାଦୀଙ୍କ  ଏକ କ୍ୟାମ୍ପ ରହିଥିଲା । ଗତ କାଲି ଅପରାହ୍ନରେ ଏସ୍.ଓ.ଜି ଟିମ ଏହି କ୍ୟାମ୍ପ ନିକଟରେ  କମ୍ବିଂ କରୁଥିବା ଯବାନଙ୍କୁ ଦେଖି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ଏସ୍.ଓ.ଜି ଟିମ ସର୍ଚ୍ଚ ଅପରେସନ କରିବାରୁ ୫ ଟି ଟିଫିନ ବୋମା (୫ କେଜି),ଗୋଟିଏ ସ୍ପିକ ବୋମା,୫ଟି ୟୁ.ପି.ଏସ ବ୍ୟାଟରୀ, ଗୋଟିଏ ମୋବାଇଲ ପାଓାର ବ୍ୟାଙ୍କ . ୫୦୦ ମିଟର ବିଦ୍ୟୁତ  ତାର, ୩ ଷ୍ଟେବଲାଇଜର .ଗୋଟିଏ ଡି.ଭି.ଡି ପ୍ଲେୟାର , ସ୍କିକର, ୧୦ ଟି ସି.ଡି ପ୍ଲେଟ,୨ଟି ଗ୍ରେନେଟ ସ୍ପ୍ରିଂ, ମାଓ ପତ୍ରିକା,ମାଓ ପୋଷାକ ଓ ଔଷଧ ସାମଗ୍ରୀକୁ ଯବାନ ମାନେ ଜବତ କରିଥିଲେ ।ନର୍ବାଚନକୁ ଦୃଷ୍ଟିରେ ରଖି  ଏ ଭଳି ଅପରେସନ କରାଯିବ ବୋଲି ଏସ୍.ପି ସ୍ମିତ ପି ପରମାର କହିଛନ୍ତି ।

 

0
0
0
s2sdefault