ହେଡଲାଇନସ୍:

ଲାଞ୍ଚୁଆ ପୋଲିସ ବାବୁ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନୂଆପଡ଼ାରୁ ଅମିତ ପୁରୋହିତ/ ପ୍ରିୟବ୍ରତ ପଣ୍ଡା :  ପୁଣି ଖାକିରେ ଲାଗିଲା କଳଙ୍କ ଛିଟା: ଲାଞ୍ଚ ନେବା ବେଲେ ଧରାପଡିଲେ ପୋଲିସ ବାବୁ । ୭ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସିନାପାଲି ଥାନାର ଏଏସଆଇ କୢଷ୍ଣ ବଲ୍ଲଭ ଶବର ।ଏକ ମାଡ ପିଟ ଘଟଣା କୁ ଚପାଇ ଦେବା ପାଇଁ ନେଉଥିଲେ ଲାଞ୍ଚ ।

ସୂଚନା ଯୋଗ୍ୟ ଯେ ଉକ୍ତ ବ୍ଲକ  ବରପଦର ଗ୍ରାମର ପୁସ୍ତମ ଛତ୍ରିଆ ନାମକ ଜଣେ ବ୍ୟକ୍ତି ଙ୍କ ବାପା ଙ୍କୁ କୌøଣସି ଅଭିଯୋଗ ରେ ସିନାପାଲି ପୋଲିସ ଗତ ୨୦.୦୧.୨୦୧୯ ତାରିଖ ରେ ଗିରଫ କରିଥିଲା । ଉକ୍ତ ଅଭିଯୋଗ କୁ କୋହଳ କରିବାକୁ ନେଇ ଏ.ଏସ୍.ଆଇ କୃଷ୍ଣବଲ୍ଲଭ  ଶବର ପୁସ୍ତମ ଙ୍କୁ ୭୦୦୦ ଟଙ୍କା ଲାଂଚ ମାଗିଥିଲେ  । ସେହି ଲାଂଚ ଟଙ୍କା ନେଇଥିବା ସମୟରେ କଲାହାଣ୍ଡି  ଡି.ଏସ୍.ପି ସତ୍ୟବାନ ମହାନନ୍ଦ ଙ୍କ ନେତୃତ୍ୱରେ କଲାହାଣ୍ଡି  ଓ ନୂଆପଡ଼ା, ଭିଜିଲାନ୍ସ ଦଳ ମିଳିତ ଚଢଉ କରି ଲାଂଚ ଟଙ୍କା ସହ କୃଷ୍ଣବଲ୍ଲଭ ଶବରଙ୍କୁ ଗିରଫ କରିଥିଲେ । ଖବର ଲେଖା ହେବା ବେଳକୁ କୃଷ୍ଣବଲ୍ଲଭ ଙ୍କୁ  କଲାହାଣ୍ଡି  ଭିଜିଲାନ୍ସ କୋର୍ଟ କୁ ପଠା ଯାଇଥିଲା ।

0
0
0
s2sdefault