ହେଡଲାଇନସ୍:

ଶିମିଳିପାଳ ଅଭୟାରଣ୍ୟ କେତେବେଳେ ପଶୁ ଶୂନ୍ୟ ହୋଇଯିବ,.... କହି ହେବନି |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶିମିଳିପାଳରେ ଛୁଆହାତୀର ସନେ୍ଦହଜନକ ମୃତ୍ୟୁ

ବାରିପଦା-(ଦିଲ୍ଲୀପ ମହାନ୍ତି)  ଶିମିଳିପାଳର କୋର ଏରିଆ କୁହାଯାଉଥିବା ଗୁରୁଣ୍ଡିଆ ସେକସନ ର ଜେନାବିଲ ଠାରେ ଆଜି ଏକ ଛୁଆ ଦନ୍ତା ହାତୀ ର ମୃତଦେହ କୁ  ବନବିଭାଗ ପକ୍ଷରୁ ଠାବ କରାଯାଇଅଛି । ମୃତ ହାତୀର ବୟସ ପାଖାପାଖି ୭ ରୁ ୮ ବର୍ଷ ମଧ୍ୟରେ ହେବା ସହିତ ହାତୀ ଟି ତିନି ଚାରି ଦିନ ତଳେ ମରିଥିବାର ଅନୁମାନ କରାଯାଉଅଛି । ତେବେ ହାତୀ ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ବନବିଭାଗ ପକ୍ଷରୁ ଆନ୍ଥ୍ରାକ୍ସ ରେ ଆକ୍ରାନ୍ତ ହୋଇ ହାତୀ ଟି ମରିଥିବାର ସଫେଇ ଦିଆଯାଇଅଛି । ବନବିଭାଗ ହାତୀ ମୃତ୍ୟୁୁ ର ପ୍ରକୃତ କାରଣ କୁ ଖୋଜି ବାହାର କରିବା  ଦୂରର କଥା  ସବୁବେଳେ ନିଜ ମୁଣ୍ଡରୁ ଦୋଷ ଝାଡିବା ପାଇଁ ଆନ୍ଥ୍ରାକ୍ସ ହିଁ ହାତୀ ମୃତ୍ୟୁ ର କାରଣ ବୋଲି ସଫେଇ ଦେଉଅଛି । ଏପରି କରିବା ଦ୍ୱାରା ଶୀକାରୀ ମାନଙ୍କୁ ମଧ୍ୟ ବନ ବିଭାଗ ଘଣ୍ଟ ଘୋଡାଉଥିବାର ନିଜ ପ୍ରତିକ୍ରିୟାରେ ବନବିଭାଗ ଅବୈତନିକ ପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ଅଳ୍ପଦିନ ତଳେ ବାରିପଦା ବନଖଣ୍ଡ ଅନ୍ତର୍ଗତ  କପ୍ତିପଦା ରେଞ ଅଞ୍ଚଳରେ ଏକ ଛୁଆ ହାତୀ ର ମୃତେଦେହ କୁ ବନବିଭାଗ ର କର୍ମଚାରୀ ଗ୍ରାମବାସୀ ଙ୍କ ସହାୟତାରେ ପୋତିଦେଇଥିଲେ । ପରେ ଏହି ଘଟଣା ପ୍ରଘଟିତ ହୋଇଥିଲା । ଯାହାକି ବିଭାଗର ହାତୀ ସୁରକ୍ଷା ପ୍ରତି ଆଙ୍ଗୁଳି ନିଦେ୍ର୍ଧଶ କରୁଅଛି । ହେଲେ ଆନ୍ଥ୍ରାକ୍ସ ଯଦି ଏ ଅଂଚଳରେ ପଶୁଙ୍କ ମୃତ୍ୟୁର କାରଣ, ତେବେ  ଏଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାନଯିବା ଦ୍ୱାରା ଶିମିଳିପାଳ ଅଭୟାରଣ୍ୟ କେତେବେଳେ ପଶୁ ଶୂନ୍ୟ ହୋଇଯିବ ତାହା କହି ହେବନି | 

0
0
0
s2sdefault