ହେଡଲାଇନସ୍:

ଜଙ୍ଗଲରୁ ମହିଳାଙ୍କ ମୃତ ଦେହ ଉଦ୍ଧାର: ହତ୍ୟା ସନେ୍ଦହରେ ସ୍ୱାମୀ ଥାନାରେ ଅଟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା  ବେତନଟୀ ଥାନା ଅନ୍ତର୍ଗତ ମହୁଲିଆ(ଇନ୍ଦୀରାନଗର) ଜଙ୍ଗଲରେ ଏକ ମହିଳାର ମୃତ ଦେହ ପଡ଼ିଥିବାର ସ୍ଥାନୀୟ ଜନସାଧାରଣ ଦେଖିବାକୁ ପାଇ ଥାନାକୁ ଖବର ଦେବା ପରେ ଥାନା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ସରକାରୀ ମେଡ଼ିକାଲକୁ ପଠାଇ ଥିଲେ । ମୃତ ମହିଳା ଜଣକ ବେତନଟୀ ଥାନା ତୁଳସୀଚଉରା ଗ୍ରାମର ତରଣୀ ମହାନ୍ତଙ୍କ ସ୍ତ୍ରୀ ଭାରତୀ ମହାନ୍ତ ବୋଲି ପୁଲିସ ପକ୍ଷରୁ ଚିହ୍ନଟ କରାଯାଇଥିଲା  । ମୃତ ମହିଳା କିଛି ଦିନ ପୂର୍ବେ ନିରୁଦ୍ଧିଷ୍ଟ ରହିଥିବା ବିଷୟରେ ତାଙ୍କ ପିତା ଗତ ସୋମବାର ବେତନଟୀ ଥାନାରେ ଲିଖିତ ଭାବେ ଜଣାଇଥିବାର ସୂଚନା ମିଳିଛି । ଉକ୍ତ ଘଟଣାକୁ ନେଇ ଥାନାରେ କେଶ ନଂ ୧୩/୨୦୧୯ ଆଇପିସି ଧାରା ୩୦୨/ ୨୦୧  ଅନୁସାରେ ଏକ ମାମଲା ରୁଜୁ କରିବା ସଂଗେସଂଗେ ସନେ୍ଦହରେ ମୃତ ଭାରତୀ ମହାନ୍ତଙ୍କ ସ୍ୱାମୀ ତରଣୀ ମହାନ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରି ଛାଡ଼ି ଦେଇଥିବାର ଜଣାପଡ଼ିଛି । ତେବେ ପୁଲିସ ହାତରେ କେତେକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିପାରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ  ହସ୍ତଗତ ହେବା ପରେ ପ୍ରକୃତ ତଥ୍ୟ ମିଳିପାରିବ ବୋଲି ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା କହିଛନ୍ତି ।

 

0
0
0
s2sdefault