ହେଡଲାଇନସ୍:

ବେରୋଜଗାରଙ୍କ ନିଯୁକ୍ତି ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଳା ପରିଷଦ ସଭ୍ୟାଙ୍କୁ ଅଶାଳୀନ ବ୍ୟବହାରକୁ ନିନ୍ଦା 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଜିଲ୍ଳାରେ ଦିନକୁ ବଢି ଚାଲିଥିବା ବେରୋଜଗାରକୁ ରାଜ୍ୟ ସରକାର ନିଯୁକ୍ତି ଯୋଗାଇବାରେ ବିଫଳ ହୋଇଛି । ପାଠ ପଢି ଶିକ୍ଷିତ ବେକାର ଯୁବକ କୋଉଠି ରିକ୍ସା ଟାଣୁଛି ତ ଆଉ କିଏ ପର ପାଖରେ ଗୋଲାମୀ କରୁଛି । ଆଉ କିଏ ଦାଦନ ନ ହେଲେ ଇଟା ଭାଟିରେ କାମ ପାଇଁ ରାଜ୍ୟ ବାହାରକୁ ଯାଉଛି । ମାତ୍ର ଜିଲ୍ଳାର ବିଜେଡି ବିଧାୟକମାନେ ବିକାଶର ନାଁ ନେଇ ଜିଲ୍ଳାକୁ ଲୁଟ କରୁଛନ୍ତି । ବେରୋଜଗାର କିପରି ନିଯୁକ୍ତି ପାଇବ, ସେଥିଲାଗି ତିଳେ ହେଲେ ଚିନ୍ତା ନାହିଁ । ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଯୋଗାଇବା ଦାବି ନେଇ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଓ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସୁରେଶ ସାମଲଙ୍କ ନେତୃତ୍ୱରେ ଶହଶହ ସଂଖ୍ୟାରେ ଯୁବମୋର୍ଚ୍ଚା କର୍ମୀ, ସମର୍ଥକ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରି ‘ନବୀନ ହଟାଅ’ ନାରା ଦେଇ ସହର ପରିକ୍ରମା କରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚôଥିଲେ । ସେଠାରେ ଶ୍ରୀ ସାମଲଙ୍କ ପୌରୋହିତ୍ୟରେ ପ୍ରତିବାଦ ସଭା ଅନୁଷ୍ଠିତ  ହୋଇଥିଲା । ସଭାରେ ବିଜେପି ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ, ଜିଲ୍ଲା ବିଜେପି ସଭାପତି ବଦ୍ରି ନାରାୟଣ ଧଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦିପ ନାୟକ, ଜିଲ୍ଲା ପରିଷଦ ସଭ୍ୟା ରଂଜିତା ସ୍ୱାଇଁ ପ୍ରମୁଖ ବକ୍ତବ୍ୟରେ ନବୀନ ସରକାର ସମଗ୍ର ରାଜ୍ୟ ତଥା ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ଦାଦନ ଖଟିବାକୁ ବାଧ୍ୟ କରୁଛନ୍ତି । ଭଦ୍ରକର ଏକମାତ୍ର ଧାମରା ବନ୍ଦର କମ୍ପାନୀରେ ଆଶାନୁରୂପ ସ୍ଥାନୀୟ ନିଯୁକ୍ତି ନାହିଁ, ସ୍ଥାନୀୟ ବିଧାୟକ ମାସିକିଆ ବଟି ନେଇ ଚୂପ ରହୁଛନ୍ତି ବୋଲି ଆରୋପ କରିଥିଲେ । ଏହା ବ୍ୟତୀତ ନିକଟରେ ଜିଲ୍ଲା ପରିଷଦ ବୈଠକରେ ୧୩ ଜୋନ୍ର ଜିଲ୍ଲା ପରିଷଦ ସଭ୍ୟା ରଂଜିତା ସ୍ୱାଇଁଙ୍କୁ ଯେଉଁ ଭଳି ଭାବେ ଦୁଇଜଣ ବିଧାୟକ ଅଶାଳୀନ ବ୍ୟବହାର କଲେ ଏବଂ ତାହାକୁ ଜିଲ୍ଲାପାଳ ସହିଗଲେ ତାହା ସବୁଠାରୁ ଉଦ୍ବେଗ ଜନକ ଘଟଣା । ଜିଲ୍ଲାପାଳ ପରୋକ୍ଷରେ ଶାସକ ଦଳ ହାତବାରିସୀ ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ଆରୋପ କରିଥିଲେ । ଏହି ସଭାରେ ଶରତ ପଢିଆରୀ, ମନୋଜ ମଲ୍ଲିକ, ସୁରଥ ସେଠୀ, ମହମ୍ମଦ ଅଲୀ ସବର, ବୁଦ୍ଧଦେବ ଜେନା, ଶଶୀ ବିଶ୍ୱାଳ, ଚନ୍ଦ୍ରମୋହନ ମହାପାତ୍ର, ସରୋଜ ରାଉତ, ତପନ ମହାନ୍ତି, ଶୁଭ୍ରନାରାୟଣ ସେଠୀ, ମହେଶ୍ୱର ଧଳ, ଅମ୍ବିକା ଦାସ, ସମ୍ବିତ ମହାନ୍ତି, ମମତା ନାୟକ, ପ୍ରଶାନ୍ତ ନାୟକ, ଭାଷ୍କର ସାହୁ, ରାଜେଶ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କର୍ମୀମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ରମ କରି ପୁଲିସ ସହ ଧସ୍ତାଧସ୍ତି କରିଥିଲେ ।  

 

0
0
0
s2sdefault