ହେଡଲାଇନସ୍:

ରାସ୍ତା ଉପରେ ଗଛ ପକାଇ ଅବରୋଧ ସହ ମାଓ ପୋଷ୍ଟର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କନ୍ଧମାଳ (ଗଗନ ପ୍ରଧାନ) : କନ୍ଧମାଳ ଜିଲ୍ଲା ବାଲିଗୁଡା  ଉପଖଣ୍ଡ ର ଦାରିଙ୍ଗବାଡି ଓ କୋଟଗଡ଼ ଥାନା ଅଞ୍ଚଳରେ ରେ ରାସ୍ତା ଉପରେ ଗଛ ପକାଇ ଅବରୋଧ କରିବା ସହ ମାଓ ପୋଷ୍ଟର ଲଗାଇ ଛନ୍ତି । ଦାରିଙ୍ଗବାଡି ର ଲକଟି ଘାଟି ରେ ମାଓ ପୋଷ୍ଟର ଲାଗିବା ସହ ଗଛ ଗଛ ପକାଇ ରାସ୍ତା ଅବରୋଧ କରିଥିବା ବେଳେ ଏପଟେ କୋଟଗଡ଼ ଥାନା ଅଞ୍ଚଳ ବଣ୍ଡା ପିପିଲି ରେ ମଧ୍ୟ ପୋଷ୍ଟର ଓ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ଲାଲବାହିନି ।ଯାହା ଫଳରେ ବାଲିଗୁଡ଼ା ରୁ ମୁନିଗୁଡା ଓ ବାଲିଗୁଡ଼ା ସୋରଡା, ବ୍ରହ୍ମପୁର ସଂଯୋଗ କରୁଥିବା ରାସ୍ତା ରେ ଗାଡି ଚଳାଚଳ ବନ୍ଦ ହୋଇ ପଡ଼ିଛି ।

ମାଓବାଦୀ ମାନେ ଭୟ ସୃଷ୍ଟି କରିବା ଓ ତାଙ୍କ ଉପସ୍ଥିତି ଜାହିର କରିଛନ୍ତି। ସାଧାରଣ ଜନତାଙ୍କ ମନରେ ଭୟ ସୃଷ୍ଟି ହୋଇଛି,ଲୋକେ ସେହି ରାସ୍ତାରେ ଗମନା ଗମନ କରିବାକୁ ଡରୁଛନ୍ତି। ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି ପୋଲିସ୍ ରାସ୍ତା କୁ ଖୋଲିବାକୁ ଉଦ୍ୟମ କରିବା ସହିତ ଲୋକମାନେ ଭୟ ନ କରିବାକୁ ଅନୁରୋଧ କରିଛି।

0
0
0
s2sdefault