ହେଡଲାଇନସ୍:

ବଲାଙ୍ଗୀର ସମାଜ ସାରକ୍ୟୁଲେସନ ମ୍ୟାନେଜରଙ୍କୁ ହତ୍ୟା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ବଲାଙ୍ଗୀର/ ନିରୋଜ ମିଶ୍ର : ଗତ ରାତି ୧୧.୪୦ ସମୟରେ ବଲାଙ୍ଗୀର ରେଲୱେ ଷ୍ଟେସନ ମୁଖ୍ୟ ରାସ୍ତାର ତେଲିଗୋଠ ପଡ଼ା ରାସ୍ତାକୁ ସଂଯୋଗ କରୁଥିବା ପାର୍ଶ୍ଵରେ ଘଟିଛି ଏକ ହତ୍ୟାକାଣ୍ଡ । କାତ୍ୟାକାଣ୍ଡର ଶିକାର ହୋଇଛନ୍ତି ଦୈନିକ ଖବରକାଗଜର ସାରକ୍ୟୁଲେସନ ମ୍ୟାନେଜର | 

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା,ଗ୍ରାମ ଗଣ୍ଡକିପୁରର ପ୍ରତାପ ମହାପାତ୍ର ସାରକ୍ୟୁଲେସନ ମ୍ୟାନେଜର ଭାବେ ସମାଜ ପେପରରେ ଗତ ତିନି ମାସ ଆଗରୁ ବଲାଙ୍ଗୀର ରେ କାର୍ଯ୍ୟରତ ଥିଲେ । ଏବଂ ଗୋଟିଏ ବର୍ଷ ଆଗରୁ ବିବାହିତ ଥିଲେ । ମିଳିଥିବା ସୂଚନା ଅନୁସାରେ କୌଣସି କାର୍ଯ୍ୟକୁ ନେଇ ସେ ରେଲୱେ ଷ୍ଟେସନ ମୁଖ୍ୟ ରାସ୍ତାର ତେଲିଗୋଠ ପଡ଼ା ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ଯାଉଥିବା ବେଳେ କିଛି ଦୁର୍ବୃତ ତାଙ୍କୁ ଲୁଟ କରିଥିବା ଉଦ୍ୟମରେ ହତ୍ୟା କରିଛନ୍ତି । ସୂଚନା ଅନୁସାରେ ଅସ୍ତ୍ରୋପଚାର କରାଯାଉଥିବା ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି । ତେବେ ବଲାଙ୍ଗୀର  ଆଦର୍ଶ ପୋଲିସ ଥାନା ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ବଲାଙ୍ଗୀର  ଭୀମଭୋଇ ମେଡିକାଲ କଲେଜକୁ ପଠାଇଛନ୍ତି ।  ସେପଟେ ପ୍ରତାପ ମହାପାତ୍ରଙ୍କ ପରିବାର ଲୋକେ ତାଙ୍କ ଗାଁ ଗଣ୍ଡକି ପୁରରୁ ଆସୁଥିବା ଜଣାପଡିଛି। ଏବଂ ଏହି ହତ୍ୟାକାଣ୍ଡକୁ ଭିତ୍ତିକରି  ବଲାଙ୍ଗୀର ଆଦର୍ଶ ପୋଲିସ ତେଲିଗୋଠ ପଡ଼ାର ମୁଖ୍ୟ ମାଷ୍ଟରମାଇଣ୍ଡ ସ୍ୱାଧୀନ ମେହେର , ଏବଂ ହାତୀପଡ଼ାର ତୋଫାନ ନାଗ ଓ ତପନ ନାଏକକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଯାହାକୁ ନେଇ ଏବେ ବଲାଙ୍ଗୀର ସହରରେ ଏହି ହତ୍ୟାକାଣ୍ଡ କୁ ନେଇ ଶୋକର ଛାୟା  ଖେଳି ଯାଇଥିବାବେଳେ ଅନ୍ୟପଟେ ପୋଲିସ ପ୍ରଶାସନର ପ୍ରତି ଅପରାଧୀଙ୍କ ଭୟ ନଥିବା ଯୋଗୁ ଏମିତି ଘଟଣା ଘଟୁଥିବାର ଜଣ ସାଧାରଣରେ ଚର୍ଚ୍ଚା ହେଉଛି ।

0
0
0
s2sdefault