ହେଡଲାଇନସ୍:

ମା ସହ ୪ ଛୁଆକୁ ହତ୍ୟା ଘଟଣାର ପର୍ଦାଫାସ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସୁନ୍ଦରଗଡ଼:- ବଣେଇ ଉପଖଣ୍ଡର କୋଇଡ଼ାରେ ଡାହାଣୀ ସନ୍ଦେହରେ ମା ସହ ୪ଛୁଆଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ମୁଖ୍ୟ ଅଭିଯୁକ୍ତ ଡାବେଲ ମୁଣ୍ଡା ସମେତ ୬ଜଣଙ୍କୁ ଗିରଫ କରିଛି କୋଇଡା ପୋଲିସ । ଗୁଣିଗାରେଡି ସନ୍ଦେହରେ ସମସ୍ତଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ବୀକାର କରିଛି । ଏବେବି ଘଟଣାରେ ସଂପୃକ୍ତ ଥିବା ୩ଜଣ ମହିଳା ଫେରାର ଅଛନ୍ତି ।

ଡାହାଣୀ ସନ୍ଦେହରେ ସୁନ୍ଦରଗଡ଼ କୋଇଡ଼ାରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ବଡଇନ୍ଦୁପୁର ଗାଁ କନ୍ଦାସାହିରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିଲା। ସୁଦାମ ମୁଣ୍ଡାଙ୍କ ପତ୍ନୀ କୁନି ମୁଣ୍ଡା ଏବଂ ତାଙ୍କର ଦୁଇପୁତ୍ର ଓ ଦୁଇ କନ୍ୟାଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା କରିବା ପରେ ହତ୍ୟାକାରୀ ମୃତଦେହକୁ ନେଇ ଘର ପାଖରେ ଥିବା ଏକ କୁଅ ଭିତରେ ପକାଇ ଦେଇଥିଲେ । ଗତ ୨୬ତାରିଖରରେ କୂଅ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା । ଗୁଣିଗାରେଡି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ସ୍ବୀକାର କରିଛନ୍ତି ।

 ତେବେ ପୋଲିସ ତଦନ୍ତ କରି ଘଟଣାର ପର୍ଦ୍ଦାଫାଶ କରିଛି । ମୁଖ୍ୟ ଅଭିଯୁକ୍ତ ଡାବେଲ ମୁଣ୍ଡା ସମେତ ୬ଜଣଙ୍କୁ ଗିରଫ କରିଛି କୋଇଡା ପୋଲିସ । ସଂପୃକ୍ତ ଥିବା ଅନ୍ୟ ୩ଜଣ ମହିଳା ଏବେବି ଫେରାର ରହିଥିବା ପୋଲିସ କହିଛି ।

 

 

 

 

0
0
0
s2sdefault