ହେଡଲାଇନସ୍:

ନାଟକୀୟ ଢଙ୍ଗରେ ଦୁର୍ଦ୍ଦାନ୍ତ  ଡ଼କାୟତ ବାବୁଲୁ ଗିରଫ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ଼(ସୁନୀଲ ବେହେରା)  ଦୀର୍ଘଦିନ ଧରି ଫେରାର ହୋଇଥିବା ଜିତୁ ମୋର୍ଟେଲ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅପରାଧି ଦୁର୍ଦ୍ଧାନ୍ତ ଡ଼କାୟତ ବବଲୁ ଓରଫ ବାବୁଲୁ ମହାନନ୍ଦକୁ ଗତ ୨୬ତାରିଖ ସଂଧ୍ୟାରେ ପୁଲିସ ଗିରଫ କରଛି । ବାବୁଲୁ ଟିଟିଲାଗଡ଼ ପଟରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ବେଳେ ସଇଁତଲା ନିକଟସ୍ଥ ଗୋଏଲଭାଡ଼ି ଛକ ନିକଟରେ ପୁଲିସ ସହ ମୁହାଁମୁହିଁ ହୋଇଥିଲା । ପୁଲିସକୁ ଦେଖି ବାବୁଲୁ ପଛକୁ ମୋଟର ସାଇକଲ ବୁଲାଇ ରେଲୱେ ଅଣ୍ଡରବ୍ରିଜ ପଟକୁ ଭାଗିବାର ଚେଷ୍ଟା କରିଥିବା ବେଲେ ଆକସ୍ମିକ ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସଙ୍ଗେ ସଙ୍ଗେ ପୁଲିସ ହାତରେ ଧରାପଡ଼ିବା ଭୟରେ ବନ୍ଧୁକ ବାହାର କରି ପୁଲିସ ଉପରକୁ ଗୁଳି ମାଡ଼ କରିଥିଲା । ଯାହାର ଜବାବରେ  ପୁଲିସ ମଧ୍ୟ ଦୁଇ ରାଉଣ୍ଡ ଗୁଳି ମାରିବାରୁ ବାବୁଲୁର ଆଣ୍ଠୁ ଓ ପାଦରେ ଗୁଳି ବାଜିଥିଲା  । ଫଳରେ ବାବୁଲୁ ଘାୟଲ ହେବା ପରେ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲେ । ତାକୁ ପୁଲିସ ପ୍ରଥମେ ସଇଁତଲା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ  । ପରେ ବଲାଙ୍ଗିର ଏବଂ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲା  । 

ଅଭିଯୁକ୍ତ ବାବୁଲୁ ଜିତୁ ମୋର୍ଟଲ ଗୁଲିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ତା ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୧୨ରୁ ଅଧିକ ଅପରାଧିକ ମାମଲା ରହିଛି । ଜିଲ୍ଲାର ଏକାଧିକ ବ୍ୟାଙ୍କ ଟଙ୍କା ଲୁଟ ଘଟଣାରେ ମଧ୍ୟ ସପୃକ୍ତ ଥାଇପାରେ ବୋଲି  ପୁଲିସ ସନେ୍ଦହ କରିବା ସହ ତଦନ୍ତ ଚଳାଇଛି  । ଅପରପକ୍ଷେ ୨୬ତାରିଖ ରାତିରେ ବାବୁଲୁ ଏକାଥିଲା ନାଁ ସାଥିରେ କିଏ ଥିଲା ତାକୁ ନେଇ ପୁଲିସ ଦ୍ୱନ୍ଦ୍ୱରେ ଥିବା ଟିଟିଲାଗଡ଼ ଏସଡ଼ିପିଓ ସରୋଜ ମହାପାତ୍ର କହିଛନ୍ତି । ପୁଲିସ ଉକ୍ତ ଘଟଣାରେ ଦୁଇ ଜଣଙ୍କୁ ରଖି ପଚରାଉଚୁରା କରୁଥିବା ବିଶ୍ୱସ୍ତ ସୁତ୍ରରୁ ଜାଣିବାକୁ ମିଲିଛି । ସୂଚନାଯୋଗ୍ୟ ଯେ  ଗତ ୨୬ତାରିଖ ସଂଧ୍ୟାରେ ବାବୁଲୁ ଟିଟିଲାଗଡ଼ରୁ ସଇଁତଲା ରାସ୍ତା ଦେଇ ଏକ ହିରୋହଣ୍ଡା ସ୍ପେ୍ଲଣ୍ଡର ମୋଟରସାଇକଲ ଯୋଗେ ବଲାଙ୍ଗିର ପଟକୁ ଯାଉଥିଲା । ପ୍ରାୟ ସଂଧ୍ୟ୍ୟ ଘ.୬.୩୦ ମି.ବେଳେ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ କୈାଣସି ସୂତ୍ରରୁ ବାବୁଲୁ ଆସୁଥିବା ସମ୍ପର୍କରେ ଖବର ପାଇଁ ସେଠାରେ ଜଗି ରହିଥିଲେ । ବାବୁଲୁ ପୁଲିସକୁ ଦେଖିବା ପରେ ପଛକୁ ଫେରି ଅଣ୍ଡରବି୍ରଜ ଦେଇ ବଡ଼ମାଲ ଭିତରକୁ ଯାଇଥିବା ରାସ୍ତା ଦେଇ ଖସି ପଲେଇବାର ଉଦ୍ଧ୍ୟମ କରିଥିବା ବେଳେ ଗୋଏଲଭାଡ଼ି ଛକ ନିକଟରେ ମୋଟର ସାଇକଲରୁ ପଡ଼ିଯାଇଥିଲେ । କିନ୍ତୁ ନଜକୁ ସୁରକ୍ଷା ଦେବାପାଇଁ ବାବୁଲୁ ସଙ୍ଗେ ସଙ୍ଗେ ବନ୍ଧୁକ ବାହାର କରି ପୁଲିସ ଉପରକୁ ଗୁଲି ·ଲନା କରିଥିଲେ । ଗୁଳି କାହାକୁ ନବାଜି ଜଙ୍ଗଳ ଭିତରକୁ ଚାଲି ଯାଇଥିଲା । ପରେ ପୁଲିସ ମଧ୍ୟ ପାଲଟା ଦଇ ରାଉଣ୍ଡ ଗୁଲିଚାଲନାରେ  ଗୁଲି ବାବୁଲୁର ଆଣ୍ଠୁ ଓ ପାଦରେ ବାଜିବାରୁ ସେ ତଲେ ପଡ଼ିଯାଇଥିଲା । ପ୍ରକାଶ ଯେ ଅଭିଯୁକ୍ତ ବାବୁଲୁ ପୂର୍ବରୁ ମାରପିଟ,ଟେଣ୍ଡର ଫିକ୍ସିଂ,ଡ଼କାୟତ,ଗୁଲି ଫୁଟାଇବା ଭଳି ଅନେକ ମାମଲାରେ ସଂପୃକ୍ତ ଥିବା ବେଳେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ବିଜେପୁର ୟୁଜିବି ବ୍ୟାଙ୍କ କର୍ମଚାରୀଙ୍କୁ ଗୁଲିକରି ଟଙ୍କା ଲୁଟ, ଦେଓଗାଁ ଠାରେ ଟଙ୍କା ଯାଉଥିବା ଭ୍ୟାନରୁ ଟଙ୍କା ଲୁଟ, ସଇଁତଲା ଭାଟି ମେନେଜର ଠାରୁ ଲୁଟ ଭଳି ମାମଲା ସଂପୃକ୍ତ ଥିବା ନେଇ ପୁଲିସ ଲିଙ୍କ ଖୋଜୁଛି । ଏହା ପୂର୍ବରୁ ଗତ ଅଗଷ୍ଟ  ୨୯ତାରିଖରେ ବଲାଙ୍ଗିର ଟିଟିଲାଗଡ଼ ରାସ୍ତାର ଜିତୁ ମୋର୍ଟେଲ ଢାବା ଠାରେ ଘଟିଥିବା ଗୁଲି କାଣ୍ଡ ଘଟଣାରେ ଗତ କିଛି ଦିନ ତଲେ ଦୁଇ ଅଭିଯୁକ୍ତଙ୍କୁ  ପୁଲିସ ଗରଫ କରି କୋର୍ଟ ଚାଲାଣ କରିଥିଲେ । ସେମାନଙ୍କ କୋର୍ଟଚାଲାଣ ପରେ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରି ବାବଲୁକୁ ପୁଲିସ ଖୋଜୁଥିଲା  । ବାବୁଲୁର ଗିରଫ ପରେ ବି ପୁଲିସ ଅନ୍ୟାନ୍ୟ ମାମଲା ସମ୍ପର୍କରେ ତଦନ୍ତ କରିବା ପାଇଁ କେତେ ଜଣ ଯୁବକଙ୍କୁ ଅଟକ ରଖିଥିବା ପଚରାଉଚରା କରିଛି  ।   

0
0
0
s2sdefault