ହେଡଲାଇନସ୍:

ଲଢେଇ ସାରି ବାହୁଡ଼ି ଗଲେ ଭଞ୍ଜଭୂମିର ଲଢୁଆ ପୁଅ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୯୦ ବର୍ଷ ଆୟୁରେ ଇହଲୀଳା ସମ୍ବରଣ କଲେ ପୂର୍ବତନ ମନ୍ତ୍ରୀ ଚୈତନ୍ୟ ମାଝୀ

ବାରିପଦାରୁ ଦିଲ୍ଲୀପ ମହାନ୍ତି 

ଓଡିଶା ରାଜନୀତିରେ ଏକ ସଶ୍ରଦ୍ଧ ଉଚ୍ଚାରଣ, ନୀତି ନିଷ୍ଠ ଜନନେତା,  ଭଞ୍ଜ ମାଟିର ଲଢୁଆ ପୁଅ ତଥା ଜଣାଶୁଣା ଶିକ୍ଷା ସଂସ୍କାରକ ଶ୍ରୀଯୁକ୍ତ ଚୈତନ୍ୟ ପ୍ରସାଦ ଆଉ ନାହାନ୍ତି | ଆଜି ଜାନୁଆରୀ ୨୮ ସୋମବାର ସକାଳ ୭ଟା ୧୦ ମିନିଟରେ  ୯୦ ବର୍ଷ ବୟସରେ ଭୁବନେଶ୍ୱରର  କ୍ୟାପିଟାଲ ହସ୍ପିଟାଲରେ ପରଲୋକ ଗମନ କରିଛନ୍ତି ।

       ୧୯୨୯ ମସିହା ନଭେମ୍ବର ୧୯ରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର(ବାମାନଘାଟି ଉପଖଣ୍ଡ) ତିରିଂ ବ୍ଲକ ଅଧୀନ ସାନଭୁଣ୍ଡୁ ପଞ୍ଚାୟତ ଚାଙ୍ଗୁଆ ଗ୍ରାମରେ ଏକ ଆଦିବାସୀ ପରିବାରରେ ଲକ୍ଷ୍ମଣ ମାଝି ଓ ଦମୟନ୍ତୀ ମାଝିଙ୍କ ଔରସରୁ ଜନ୍ମ ନେଇଥିଲେ ଚୈତନ୍ୟ ପ୍ରସାଦ । ସେ ଜଣେ ମେଧାବୀ ଛାତ୍ର ଭାବେ ସମସ୍ତଙ୍କ ନିକଟରେ  ପରିଚିତ ଥିଲେ ଏବଂ ବିଜ୍ଞାନରେ ସ୍ନାତକ କରିଥିଲେ। ରାଜନୀତି ପ୍ରତି ବିଶେଷ ରୁଚି ରଖି ଜାତୀୟ କଂଗ୍ରେସରୁ ରାଜ୍ୟସଭା ସାଂସଦ (୧୯୭୨-୭୮) ହୋଇ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ  ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ୍‌ ଓ କେମିକାଲ୍‌ ବିଭାଗ ଉପମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ ଥିଲେ। ଏହାପରେ ଓଡ଼ିଶାରେ ବିଜୁ ପଟ୍ଟନାୟକ ନେତୃତ୍ୱରେ ପରିଚାଳିତ ଜନତା ପାର୍ଟିରେ ଯୋଗ ଦେଇ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ଭବେନ୍ଦ୍ର ନାଥ ମାଝିଙ୍କ ମୃତ୍ୟୁ ପରେ ୧୯୮୬ ଉପନିର୍ବାଚନ , ୧୯୯୦ରେ ଜନତାପାର୍ଟି ଓ ଜନତାଦଳରୁ ବିଧାୟକ ହୋଇ ଉଚ୍ଚ ଶିକ୍ଷା ମନ୍ତ୍ରୀ,  ୧୯୯୦-୯୫ରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡି ସରକାରରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ(୨୦୦୪-୦୯) ବିଧାୟକ ହୋଇ ଆଦିବାସୀ କଲ୍ୟାଣମନ୍ତ୍ରୀ ଭାବେ ଦକ୍ଷତାର ସହିତ ନିଜର ଦାୟିତ୍ୱ ସମ୍ଭାଳି ଥିଲେ । ଏଥି ସହିତ ୧୯୭୯ ରୁ ୧୯୮୫ ଯାଏଁ ଓ. ପି. ଏସ୍‌. ସି.ର ସଦସ୍ୟ , ୧୯୯୮-୨୦୦୦ରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଏକାଡେମିକ୍‌ କାଉନ୍‌ସିଲ୍‌ ସଦସ୍ୟ ରହିଥିଲେ ଏବଂ ନୂଆଦିଲ୍ଲୀସ୍ଥିତ ସର୍ବଭାରତୀୟ ଆଦିବାସୀ ସାହିତ୍ୟ ଫୋରମରେ ସଦସ୍ୟ ରହିଥିବା ସମୟରେ ତାଙ୍କ ଦ୍ବାରା ଲିଖିତ ଆଦିବାସୀ ଭାଷା ଓ ସଂସ୍କୃତି ଉପରେ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଜିଲ୍ଲାରେ ଉଚଶିକ୍ଷାର ପ୍ରସାର ତଥା ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ ଗଠନରେ ସେ ଥିଲେ କର୍ଣ୍ଣଧାର |

0
0
0
s2sdefault