ରାୟଗଡ଼ା ପୋଲିସକୁ ଲଗାତାର ସଫଳତା:  ଔଷଧ ଦୋକାନୀ ଠାରୁ ୯ ଲକ୍ଷ ଟଙ୍କା ଲୁଟ ଘଟଣାର ଫର୍ଦାଫାସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡାରୁ ସରୋଜ କୁମାର ସାହୁ : ଗତ  ୦୪/୦୧/୨୦୧୯ ତାରିଖ ଦିନ ରାୟଗଡା ସହରର ଔଷଧ  ବ୍ୟବସାୟୀ ଶ୍ରୀ ରାମ ଗନ୍ତାୟତଙ୍କ ଠାରୁ ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରୁ 9 ଲକ୍ଷ ଟଙ୍କା ଲୁଟ ଘଟଣାରେ ରାୟଗଡା ପୋଲିସକୁ ଏକ ବଡ ସଫଳତା ମିଳିଛି । ଏହି ଘଟଣାର ତଦନ୍ତ କରି ରାୟଗଡ଼ା ପୋଲିସ ବ୍ରହ୍ମପୁର ଅଞ୍ଚଳରୁ ଦୁଇ ଜଣଙ୍କୁ ଗିରଫ କରିଛି ସେମାନେ ହେଲେ ଆସିକା ଥାନା ଅନ୍ତର୍ଗତ ଝାଗଡେଇ ଗ୍ରାମର ଦୁର୍ଗା ଦାଶ ଓ ନାରାୟଣପୁର ଗ୍ରାମର ଆଉଲୁ କାଳିଆ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର କହିଛନ୍ତି । ସେମାନଙ୍କ ଠାରୁ ପୋଲିସ ୪ ଲକ୍ଷ ଟଙ୍କା ଗୋଟେ କଳା ରଙ୍ଗର ପଲସର ମୋଟର ସାଇକେଲ ନଂ OD 32 D 3369 , ଏକ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ATM କାର୍ଡ ଓ ଏକ ମୋବାଇଲ ଫୋନ ଜବତ କରିଛନ୍ତି । ଆଉ ବଳକା ଟଙ୍କା ଅନ୍ୟ ଜଣଙ୍କ ପାଖରେ ଥବା ଜଣାପଡିଛି ସେଥିପାଇଁ ତଦନ୍ତ ଚାଲିଥିବା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାୟଗଡ଼ାରେ ସବୁ ବ୍ୟାଙ୍କକୁ ସି ସି ଟିଭି କ୍ୟାମେରା ଲଗାଇବା ପାଇଁ ନିର୍ଦେଶ ଦେଇ ଥିବା ଓ ସହରରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କରିଥିବା ସେ ପ୍ରକାଶ କରିଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଶୋକ ସାହୁ, ରାୟଗଡ଼ା ଏସଡିପିଓ ରାଜକିଶୋର ଦାଶ, ରାୟଗଡ଼ା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ଭାତ୍ରା ଓ ସବ-ଈନିସପେକ୍ଟର ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault