ହେଡଲାଇନସ୍:

ପୋଲିସ ସାଜିଛି ସରକାରୀ ଗୁଣ୍ଡା,ପୁରୁଷ ପୋଲିସ ଲଗାଇ ମହିଳାଙ୍କୁ ଆକ୍ରମଣ ନିନ୍ଦନୀୟ : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର -  ପୋଲିସ ଏବେ ସରକାରୀ ଗୁଣ୍ଡା ଭାବରେ ଆତଙ୍କ ଚଲାଇଛି । ଏପରିକି ପୁରୁଷ ଏବଂ ମହିଳା ମାନଙ୍କ ଭିତରେ ପ୍ରଭେଦ ବି ଜାଣିପାରୁନାହାଁନ୍ତି ପୋଲିସ ଅଧିକାରୀ । ବେବିନାକୁ ନ୍ୟାୟ ଦେବା ଦାବି ନେଇ ମହିଳା ମାନେ ବିକ୍ଷୋଭ କରୁଥିବା ସମୟରେ ଜାଣିଶୁଣି ପୁରୁଷ ପୋଲିସ ଡ୍ୟୁଟିର ଆଳ ଦେଖାଇ ମହିଳାଙ୍କ ସହ ଅଶାଳୀନ ବ୍ୟବହାର ଦେଖାଇବା, ଅଟକାଇବା ବାହାନାରେ ମହିଳାଙ୍କୁ ହ୍ରିଂସ ପରାୟଣ ହୋଇ ମରଣାନ୍ତକ ଆକ୍ରମଣ କରିବା ଏବଂ ଶେଷରେ ବିଜେପି ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳି କରି ନାରୀ ସମାଜର ଇଜ୍ଜତକୁ ଆଜି ଲୁଣ୍ଠନ କରିଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । 

ଶ୍ରୀ ମହାନ୍ତି କହିଛନ୍ତି ଯେ, ଦୀର୍ଘ ୧୯ ବର୍ଷର ନିରଙ୍କୁଶ ଶାସନ ମଧ୍ୟରେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସୁରକ୍ଷା ଦେଇ ପାରିଲେ ନାହିଁ । ନାବାଳିକା ଝିଅଙ୍କ ଠୁ  ମହିଳା ପର୍ଯ୍ୟନ୍ତ ପ୍ରତିଦିନ ଗଣଦୁର୍ଷ୍କମରେ ଶିକାର ହୋଇ ଚାଲିଛନ୍ତି । ମାଧବିଲତା, ଇତିଶ୍ରୀ, କୁନ୍ଦୁଲି ପିଡିତା ପରି ବେବିନାକୁ ମଧ୍ୟ ନ୍ୟାୟ ମିଳିଲା ନାହିଁ । ଏହି ବିଷୟରେ ପ୍ରତିବାଦ ଜଣାଇବା ପାଇଁ ନାରୀ ଶକ୍ତିର ପ୍ରତୀକ ଚୁଡି ନେଇ ସରକାରଙ୍କ ଆଗରେ ପ୍ରତିବାଦ ଜଣାଇବାକୁ ଯାଇଥିବା ମହିଳାମାନଙ୍କୁ ବି ଏ ସରକାର ଛାଡିଲେନି । ବେବିନାକୁ ନ୍ୟାୟ ଦେବା ପାଇଁ ତାଙ୍କ ମାଆ ସିବିଆଇ ତଦନ୍ତ ଦାବି କରୁଥିବାବେଳେ ସରକାର ଚୁପ୍ ବସିଛନ୍ତି । ବେବିନା ମା’ଙ୍କ ସ୍ୱର ଶାଣିତ କରିବାକୁ ଯାଇ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ମହିଳା ମୋର୍ଚ୍ଚା ଆଜି ଶାନ୍ତିପୂର୍ଣ୍ଣ ଆନେ୍ଦାଳନ କରୁଥିବା ବେଳେ ଅଗଣତନ୍ତ୍ରିକ ଭାବେ ପୁରୁଷ ପୋଲିସ ଲଗାଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅତ୍ୟନ୍ତ ଲଜ୍ଜା ଏବଂ ନିନ୍ଦନୀୟ ଘଟଣା । ବିଜେପି ମହିଳା ମୋର୍ଚ୍ଚାର ୧୦ରୁ ଅଧିକ ମହିଳା ଆଜି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କୁରୁ ବଂଶରୁ ୧୦୦ ଭାଇର ଅତ୍ୟାଚାର ଠାରୁ ଆଜି ଓଡିଶା ପୋଲିସର ଅତ୍ୟାଚାର ବଳିଯାଇଛି । କୁରୁ ବଂଶ ଶେଷ ହେବା ଭଳି ବିଜେଡି ସରକାରର ପତନ ହେବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି । 

ପୋଲିସର ମାଡରେ ଆହତ ହୋଇଥିବା ମହିଳା ମୋର୍ଚ୍ଚାର ସଂପାଦିକା ରଶ୍ମିରେଖା ଦାସ, ମାନସୀ ମଜଂରି ରାୟ, ସୁଭାସିନୀ ପୃଷ୍ଟି, ପ୍ରଗତି ରଥଙ୍କ ସମେତ ଅନେକ ମହିଳା କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସେ କହିଛନ୍ତି ।

0
0
0
s2sdefault