ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଭାଗିରଥି ଛକରେ ଦୁର୍ଘଟଣା ଘଟି ଜଣେ ଛାତ୍ରୀ ଆହତ ହୋଇଛନ୍ତି । ସଂସ୍କୃତ କଲେଜ ଛାତ୍ରୀଙ୍କୁ ଧକ୍କାଦେଲା ପୋଲିସ ଭ୍ୟାନ। ଆହତ ଛାତ୍ରୀ ଜଣଙ୍କ ନାମ ରିଙ୍କି ମଣିରାହ | ରିଙ୍କି ସାଗର ପଡାରୁ ସଂସ୍କୃତ କଲେଜ ଆଡକୁ ଯାଉଥିବା ବେଳେ ତାଙ୍କୁ ପୋଲିସ ଭ୍ୟାନ୍ରୁ ଧକା ଦେଇଥିଲା | ଛାତ୍ରୀ ଜଣକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ। ଦାୟୀ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି। ପୋଲିସ ତରଫରୁ ବୁଝାସୁଝା ଜାରି।