ହେଡଲାଇନସ୍:

ଥାନା ଅଧିକାରିଣୀ ଙ୍କୁ ଥାନା ଭିତରେ ମରଣାନ୍ତକ ଆକ୍ରମଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୁରଭଞ୍ଜ ଜିଲ୍ଲାରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଞ୍ଜ ଜିଲ୍ଲାର ବିଶୋଇ ଥାନା ରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା | ଶିବ ମନ୍ଦିର ରେ ଚୋରି ହୋଇଥିବା ଘଟଣା ର ପଚରା ଉଚୋରା ପାଇଁ ବିଶୋଇ ଗାଁ ର ସୁସେନ ଦେଓ କୁ ଥାନା କୁ ଡାକିଥିଲା ପୋଲିସ | ସେ ଥାନା କୁ ପ୍ରାୟ ସନ୍ଧ୍ୟା 7 ଘଟିକା ସମୟରେ ପହଂଚି ଥିଲା | ତାକୁ ଥାନା ଅଧିକାରିଣୀ ମିନି ଭୋଇ ପଚରାଉଚରା କରିଥିଲେ | ସେ ମଧ୍ୟ ସତ୍ୟା ସତ୍ୟ କହିଥିଲା | ଆଉ କିଛି ଦୁର୍ବୁତ୍ତ ମାନଙ୍କ ମଧ୍ୟ ନାମ ପ୍ରକାଶ କରିଥିଲା l ସେ ଥାନା ରେ ବସିଥିଲେ | ଚୋରି କେସ୍ ର ତଦନ୍ତକାରି ଅଫିସର ଅନ୍ୟ ଏକ କେସ୍ ରେ ବାହାରକୁ ଯାଇଥଲେ | ତେଣୁ ଥାନା ଅଧିକାରୀ ତାଙ୍କୁ ବସିବାକୁ କହିଥିଲେ | ପରେ ସେ ହଠାତ ଥାନା ଅଧିକାରିଣୀଙ୍କ ଉପରକୁ ଏକ ବ୍ଲେଡ ରେ ମରଣାନ୍ତକ ଆକ୍ରମଣ କରିଥିଲା l ଆକ୍ରମଣରେ ଥାନା ଅଧିକାରିଣୀଙ୍କ ବେକ ଏବଂ ବାମ ହାତରେ ତିନୋଟି ଆଙ୍ଗୁଳିରେ ଆଘାତ ହୋଇଥିଲା l ସଙ୍ଗେ ସଙ୍ଗେ ତାଙ୍କୁ ଥାନାର କର୍ମଚାରି ବିଶୋଇ ଡାକ୍ତରଖାନା କୁ ନେଇ ତାଙ୍କର ଚିକିତ୍ସା କରାଇଥିଲେ l ସୂଚନା ମୁତାବକ ଏବେ ସୁସ୍ଥ ଅଛନ୍ତି | ଥାନା ଅଧିକାରୀ ମିନି ଭୋଇ ଆଜି ଅଭିଯୁକ୍ତ ସୁସେନ ଦେଓ କୁ କେଶ ନଂ 209/23 ଦଫା (34, 332,333,324,354,307) ରେ ଏକ ମାମଲା ରୁଜୁ କରି ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରାଯାଈଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରିଣୀ ମିନି ଭୋଇ l

0
0
0
s2sdefault