ପଂଚାୟତ ଭୋଟ ରାଗ କମିନି : ଏବେ ବି ବାକି ଅଛି ନିର୍ବାଚନୀ ହିଂସା

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଭଦ୍ରକ (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି) ଜିଲ୍ଲା ତିହିଡି ବ୍ଲକ ସ୍ଥିତ ତଳଗୋପବିନ୍ଧା ପଂଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଚଳିତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଭାବେ ଲଢ଼ୁଥିବା ପ୍ରାର୍ଥୀନୀଙ୍କୁ ଭୋଟ ନ ଦେବାରୁ ତାଙ୍କ ସ୍ୱାମୀ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଏକ ଲାଠି ଦ୍ଵାରା ଗୋଡେଇ ଗୋଡେଇ ପିଟିଥିବାର ଅଭିଯୋଗ ହେବା ସହ ସେ ସମ୍ପର୍କିତ ଏକ ଭିଡ଼ିଓ ଆମର ହସ୍ତଗତ ହୋଇଛି । ମାଡ଼ ଖାଇଥିବା ଯୁବକଙ୍କ ନାମ ସୁମନ ପୁହାଣ । ସେ ଭୁବେନେଶ୍ଵରରୁ ଫେରି ତାଙ୍କ ଘରକୁ ଯାଉଥିବା ବେଳେ ସମିତି ସଭ୍ୟଙ୍କ ସ୍ବାମୀ କାହିଁକି ଭୋଟ ଦେଲନି ବୋଲି କହି ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି । ବର୍ତମାନ ଭଦ୍ରକ ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସୁମନ । ସୁମନଙ୍କ ପରିବାର ପକ୍ଷରୁ ତିହିଡି ଥାନାରେ ଏତଲା ଦିଆଯିବା ସହ ଏହି ମାଡ଼ ବେଳର ଭିଡିଓ ମଧ୍ୟ ପୋଲିସକୁ ଦିଆଯାଇଛି ତଥାପି ପୋଲିସ ଆସାମୀକୁ ଗିରଫ ନକରିବା ପୋଲିସର କାର୍ଯ୍ୟ ପ୍ରତି ସଂଦେହ ସୃଷ୍ଟି କରିଛି ।

0
0
0
s2sdefault