ବରଗଡ଼ ଜିଲ୍ଲା ରେ ୧୪ ଲକ୍ଷରୁ ଉର୍ଦ୍ଧ୍ବ ଜାଲ ନୋଟ୍ ଜବତ , ୨ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଭ୍ୟାସ ଗତ ଅପରାଧୀ ବଳରାମ ର କଲା କାରନାମା

ବରଗଡ :- ଆଜି ସ୍ୱତନ୍ତ୍ର ପୋଲିସ ସ୍କୋର୍ଡ ଓ ବରପାଲି ପୋଲିସ ବରପାଲି ରେ ୧୪ ଲକ୍ଷ ରୁ ଉର୍ଦ୍ଧ୍ବ ଜାଲ ନୋଟ ଜବତ କରିବା ସହ ବରପାଲି ମହତ୍ତମ୍ ପଡ଼ା ର ପଣ୍ଡାଲୁ ମେହେର ଙ୍କ ପୁଅ ବଳରାମ ମେହେର (୪୫), ଓ ବୁର୍ଲା ଥାନା କଣ୍ଟାପାଲି ସିକିର୍ଡି ଗ୍ରାମ ର ରାମ ଲକ୍ଷ୍ମଣ ଯାଦବ ଙ୍କ ପୁଅ ପଟ୍ଟୁ ଯାଦବ (୫୩) କୁ ଗିରଫ କରିଛି ।
କୌଣସି ସୂତ୍ର ରୁ ପୋଲିସ ର ସ୍ଵତନ୍ତ୍ର ଦଳ ଖବର ପାଇ ବରପାଲି ପୋଲିସ ସହାୟତା ରେ ଆଜି ଭୋର୍ ୩ ଟା ରେ ବରପାଲି ବରଗଡ଼ ଜାତୀୟ ରାଜପଥ ର ବହିଆ ପଦର ନିକଟସ୍ଥ ଫଳସା ତଳୀୟନ୍ ମନ୍ଦିର ନିକଟ ରେ ହାତ ରେ ବ୍ୟାଗ୍ ଧରି ବଳରାମ ମେହେର ଠିଆ ହୋଇଥିବା ବେଳେ ତାକୁ ପୋଲିସ କାବୁ କରିଥିଲେ । ତାକୁ ଧରିବା ପରେ ବୁର୍ଲା ଥାନା ର ସିକିର୍ଡି ଗ୍ରାମ କୁ ଯାଇ ପଟୁ ଯାଦବ କୁ ଗିରଫ କରିଥିଲେ । ବଳରାମ ମେହେର ଙ୍କ ଠାରୁ ୧୨ ଲକ୍ଷ ୯୭ ହଜାର ୫୦୦ ଓ ପଟୁ ଯାଦବ ଠାରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜାଲ ୫୦୦ ଟଙ୍କିଆ ନୋଟ୍ ଜବତ କରିବା ସହ ବଳରାମ ମେହେର ଙ୍କ ଘରୁ କଲର୍ ପ୍ରିଣ୍ଟର ସହ ୨ ଟି ମୋବାଇଲ ଫୋନ୍ ଜବତ କରିଛି ।
ବଳରାମ ନାମ ରେ ପୂର୍ବ ରୁ ମଧ୍ୟ ଜାଲ ନୋଟ୍ କରିବାର ନେଇ ବିଭିନ୍ନ ଥାନା ରେ କେସ ରହିଛି । ଚଳିତ ଥର ଉତ୍ତର ପ୍ରଦେଶ ର ପଟୁ ଯାଦବ ର ସାମିଲ ନେଇ ଏହି ଜାଲ ନୋଟ୍ କାରବାର ବରପାଲି ରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଚେର ଲମ୍ବି ଥିବା ଅନୁମାନ କରାଯାଏ । ତେବେ ଅପରାଧୀ ମାନେ ଧରା ହେବା ପୂର୍ବରୁ ଆହୁରି କେଉଁ ମାନଙ୍କର ସହିତ ,କେଉଁ କେଉଁ ସ୍ଥାନରେ କେତେ ପରିମାଣ ର ନକଲି ନୋଟ ବଜାରକୁ ଛାଡି ଛନ୍ତି ତାହାକୁ ନେଇ ବର୍ତ୍ତମାନ ଲୋକଙ୍କ ମନରେ ଅଜଣା ଭୟ ରହିଛି । ଆଜି ର ଚଢ଼ାଉ ଘଟଣା ରେ ପୋଲିସ ର ସ୍ଵତନ୍ତ୍ର ଦଳ ର ପୋଲିସ ଇନ୍ସପେକ୍ଟର ଜିତୁ ମୋହନ ଭେସ୍ରା ବରପାଲି ଥାନା ଆଇ ଆଇ ସି ରୋଜାଲିନ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ର ସବ୍ ଇନସ୍ପେକ୍ଟର ଜୟ ପ୍ରକାଶ ତାଣ୍ଡି ଓ ସଦାନନ୍ଦ ଭୋଇ ପ୍ରମୁଖ ସାମିଲ ହୋଇଥିଲେ ।
ପୋଲିସ ଉକ୍ତ ଦୁଇ ଜଣ ଙ୍କ ବିରୁଦ୍ଧ ରେ ଏକ ମକଦ୍ଦମା (କେସ ନମ୍ବର ୨୧୧) ୪୮୯କ, ୪୮୯ ଖ, ୪୮୯ ଗ, ୪୮୯ ଘ/୧୨୦ ଆଇପିସି ଦଫା ରେ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି ।

0
0
0
s2sdefault