ଗାଇସିଲାଟ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଅଧିନସ୍ଥ ଅଇଲାଭଟା ଗ୍ରାମର ବିଶିଷ୍ଚ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ବୈଷ୍ଣବ ସାହୁଙ୍କ(୮୦) ପରଲୋକ | ଶ୍ରୀମାନ ସାହୁ ତୈଲିକ ବୈଶ୍ୟ (ସାହୁ) ସମାଜର ଅଚଂଳ ସଭାପତି ଥିଲେ | ଗାଇସିଲାଟ ଅଚଂଳ ରେ ବେସ୍ ଲୋକ ପ୍ରିୟତା ଅର୍ଜନ କରିଥିବା ଶ୍ରୀମାନ ସାହୁ ଙ୍କ ବିୟୋଗ ରେ ଅଚଂଳ ସାରା ଶୋକର ଲହରୀ ଖେଲି ଯାଇଛି | ଦର୍ଗଡ ବାଜା ସହିତ ତାଙ୍କ ମର ଶରୀର କୁ ସ୍ମଶାନ କୁ ନିଆ ଯାଇଥିଲା | ତାଙ୍କର ଶେଷ ଦର୍ଶନ କରିବା ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ | ଗ୍ରାମର ଅଙ୍ଗ ନଦୀକୂଳ ଠାରେ ତାଙ୍କର ଶେଷ କ୍ରୁତ୍ୟ ସମ୍ପନ୍ନ ହୋଇଥିଲା | ବଡ଼ ପୁଅ ଲୁଚେନ୍ଦ୍ର ମୁଖାଗ୍ନୀ ଦେଇଥିଲେ | ତାଙ୍କ ପଛରେ ସ୍ତ୍ରୀ,ପୁଅ,ପୁତ୍ର ବଧୂ,ନାତି,ନାତୁଣୀ ଙ୍କୁ ଛାଡି ଯାଇଛନ୍ତି |
ଅଘଟଣ
ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ବିୟୋଗ
- Hits: 470