ମେଲଛାମୁଣ୍ଡା(ଶାସକ ପ୍ରଶାସକ)-ବରଗଡ ଜିଲ୍ଳା ଗାଇସିଲେଟ ଥାନା ଅର୍ନ୍ତଗତ ମଲମୁଣ୍ଡା ଗ୍ରାମରେ କମ ଓଜନର ଛତୁଆ ପେକେଟକୁ ନେଇ ଅଭିଯୋଗ କରିଥିବା ଯୁବକକୁ ମାରଣାନ୍ତକ ଆକ୍ରମଣ ହୋଇଛି । ଏ ନେଇ ଗାଇସିଲେଟ ଥାନାରେ ମାମଲା ରୁଜୁ ହେବା ସହ ପୁଲିସ ଘଟଣାର ତଦନ୍ତ କରୁଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ରିପୋଟ ଲେଖାଯିବା ପର୍ଯ୍ୟନ୍ତ ପୁଲିସ କୌଣସି ଅଭିଯୁକ୍ତକୁ ଗିରଫ କରିନାହିଁ । ଘରଣାକୁ ନେଇ ଗ୍ରାମରେ ଉତେଜନା ଲଗିରହିଛି ।
ପ୍ରାପ୍ତସୁଚନାନୁସାରେ ଗତ ୩୦ ତାରିଖ ଦିନ ମଲମଣ୍ଡା ଗ୍ରାମର ଅଙ୍ଗନଓାଡି କେନ୍ଦ୍ରରେ ମିଟିଂ ଚାଲିଥିବା ବେଳେ ଛତୁଆ ଗାଡି ପହଂଚିଥିଲା । ଛତୁଆ ପ୍ୟାକେଟ ସବି କମ ଓଜନର ପେକିଙ୍ଗ ଥିବା ଜାଣିପାରି ସଭାରେ ଉପସ୍ଥିତ ଥିବା କୁଂଜବନ ସାହୁ ଛତୁଆ ପ୍ୟାକେଟ ନ ବାଂଟି ବିଭାଗୀୟ ସିଡିପିଓ ଏବଂ ସୁପରଭାଇଜରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଅଙ୍ଗନଓାଡି କର୍ମିଙ୍କୁ ପ୍ରସ୍ତାବ ଦେଇଥିଲେ । ଏକ ଏସଏଚଜି ଗୋଷ୍ଠିର ଅଢୁଆଳରେ ଛତୁଆ ଯୋଗାଉଥିବା ମଲମଣ୍ଡା ଗ୍ରାମର ତାଲେଶ୍ୱର ବେହେରା ଖବର ଜାଣି ପାରି କୁଂଜବନକୁ ରାସ୍ତାରୁ ହଟାଇଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଶୁକ୍ରବାର ସକାଳେ କୁଂଜବନ କୌଣସି କାମରେ ନୂଆବସ୍ତିରୁ ଫେରୁଥିବା ବେଳେ ତାଳେଶ୍ୱର ବେହେରା, ଘନଶ୍ୟାମ ବେହେରା, ପ୍ରତାପ ବେହେରା, ମୁନା ବେହେରା, ମାଟୁ ବେହେରା ଓ ଛବିଲ ବେହେରା ସଂଘ ବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ବେହୋସ କରିଦେଇଥିଲେ । ଏପରିକି କୁଂଜବନକୁ ଘୋଷାରି ଘୋଷାରି ଟାଣି ଆଣି ସ୍କୁଲ ସଂମ୍ମୁଖରେ ମରିଗଲା ଭାବି ଛାଡି ଚାଲିଯାଇଥିବା ବିଷୟ କୁଂଜବନର ବଡ ଭାଇ ବୃନ୍ଦାବନ ସାହୁ ଗାଇସିଲେଟ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅଘଟଣ
ଛତୁଆ ପ୍ୟାକେଟକୁ ନେଇ ଅଭିଯୋଗ: ଅଭିଯୋଗକରୀକୁ ମାରଣାନ୍ତକ ଆକ୍ରମଣ, ଥାନାରେ ମାମଲା ରୁଜୁ
- Hits: 794