ହେଡଲାଇନସ୍:

ଗାଇସିଲାଟ ବିଦେଶୀ ମଦ ଦୋକାନରେ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦରରେ ଚାଲିଛି ମଦବିକ୍ରି, କୁମ୍ଭକର୍ଣ୍ଣ ନିଦ୍ରାରେ ଅବକାରୀ ବିଭାଗ !

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର(ଶାସକପ୍ରଶାସକ)- କୌଣସି ଜିନିଷ ବିକ୍ରି ପାଇଁ ପ୍ରସ୍ତୁତ ହେଲେ ତାର ମୂଲ୍ୟ ଧାର୍ଯ୍ୟ ହୋଇ ସେହି ଜିନିଷ ବା ବସ୍ତୁ ଉପରେ ଦାମ ଲଗାଯାଇଥାଏ । ଲେଖା ଯାଇଥିବା ଦାମ ବା ତା ଠାରୁ କମ ଦାମରେ ବିକ୍ରି କରାଯାଇଥାଏ ।ଯଦି କେହି ଅଧିକ ଦାମରେ ବିକ୍ରି କରନ୍ତି ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିୟମ ରହିଛି । ଧାର୍ଯ୍ୟ ମୂଲ୍ୟରୁ ଅଧିକ ମୂଲ୍ୟ ରେ ବିକ୍ରି କରୁଥିବା ଭଲି ଏକ ଘଟଣା ସାମନାକୁ ଆସିଛି ପଦ୍ମପୁର ଅବକାରୀ ଥାନା ଅନ୍ତର୍ଗତ ଗାଇସିଲାଟ ବିଦେଶୀ ମଦ ଦୋକାନରେ । ଗାଇସିଲାଟ ବିଦେଶୀ ମଦ ଦୋକାନରେ ସରକାରଙ୍କ ଦ୍ବାରା ନିର୍ଧାରିତ ଦର ଠାରୁ ଢେର ଗୁଣା ଅଧିକ ଦରରେ ବିଦେଶୀ ମଦ ବିକ୍ରି ହେଉଛି । ସୂଚନା ଅନୁସାରେ ଏହି ବିଦେଶୀ ମଦ ଦୋକାନ ନିତୁ ସିଂଙ୍କ ନାମରେ ଲାଇସେନ୍ସ ରହିଛି ଏବଂ ଏହି ଦୋକାନ ଖୋଲିବା ଦିନଠାରୁ ଅଧିକ ଦାମରେ ମଦ ବିକ୍ରି ହେଉଛି ଏବଂ ଏ ବାବଦକୁ ବିଲ ମାଗିଲେ ଦୋକାନୀ ବିଲ ଦେବାପାଇଁ ସିଧାସିଧା ମନା କରୁଛନ୍ତି । ଦୋକାନ ଖୋଲିବାର ଦୀର୍ଘଦିନ ହେଲାଣି ହେଲେ ଅବକାରୀ ବିଭାଗ ଏ ବିଷୟରେ ଅବଗତ ଅଛି ନା ଜାଣିଶୁଣି ଅଜଣା ରହିଛି । ଏଥିରେ ଅବକାରୀ ବାବୁଙ୍କ ଭାଗ ରହିଛି କି ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଅଧିକ ଦାମରେ ମଦ ବିକ୍ରି ବାବଦରେ ଅବକାରୀ ଅଧିକ୍ଷକ ଅଥବା ବରଗଡ଼ ଜିଲ୍ଲାପାଳ ଅଧିକ ତଦନ୍ତ କରି ଦୋକାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜନସାଧାରଣରେ ଦାବୀ ହୁଏ ।

0
0
0
s2sdefault