ହେଡଲାଇନସ୍:

ବିଦ୍ୟୁତ ସ୍ପର୍ଶରେ ଜଣକର ମୃତ୍ୟୁ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସରିଷପଦର ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ରେ ଆସି ଜଣଙ୍କର ମୃତ୍ୟୁ ଘଟିଛି । ସେ ହେଉଛନ୍ତି ସେମିଳିଗୁଡା ଗ୍ରାମର ଜୟମନ ନାଏକ (୫୦) | ଆଜି ଦିନ ଦ୍ବୀପହର ପ୍ରାୟ 2: 30 ରେ ସେ ନିଜର ଛେଳିର ଖାଦ୍ୟ ସଂଗ୍ରହ ନିମନ୍ତେ ନିକଟ ରେ ଥିବା ସୋରିଷପଦର ଗ୍ରାମକୁ ଯାଇଥିଲେ ।
ସୋରିଷପଦର କୁମ୍ଭାର ସାହି ପଛ ପାଖ ଏକ ନିମ୍ବ ଗଛରୁ ଛେଳି ମାନଙ୍କର ଖାଦ୍ୟ ସଂଗ୍ରହ ନିମନ୍ତେ ଡାଳ କାଟୁଥିବାବେଳେ କୌଣସି କାରଣ ରୁ ହଟାତ ଗଛ ଉପରେ ଦେଇ ଯାଉଥିବା ବିଦ୍ୟୁତ ତାର ର ସ୍ପର୍ଶରେ ଆସିଯାଇଥିଲେ | ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେଇଯାଇଥିଲା । ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବାପରେ ତୁରନ୍ତ ତାଙ୍କୁ ଉଦ୍ଧାରକାରୀ ନିକଟରେ ଥିବା ଓଷପଡା ମେଡ଼ିକାଲ ନେଇଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

0
0
0
s2sdefault